Home କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୩ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୩ଗିରଫ

42

ହାଟଡିହି, ୨୫ । ୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ହାଟଡିହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧ଲିଟର ଦେଶୀ ମଦ ଜବଦ କରାଯିବା ସହିତ ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଗତକାଲି ନନ୍ଦିପଦା ଥାନା ଅôଦନସ୍ଥ ଡଅଁର ପଞ୍ଚାୟତର ସରଳା ଗ୍ରାମର ଧରଣୀଧର ପରିଡାଙ୍କ ଘରେ ଚଢ଼ାଉକରାଯାଇ ୫ଲିଟର ଦେଶୀମଦ ଜବଦ କରାଯିବା ସହିତ ତାକୁ ଗିରଫ କରିଥିଲେ । ସେହିପରି ଗେଡମା ଗ୍ରାମର ମଳୟ ନାୟକଙ୍କ ଘରେ ଚଢ଼ାଉ କରାଯାଇ ୬ଲିଟର ଦେଶୀମଦ ଜବଦ କରିବା ସହ ତାକୁ ଗିରଫ କରିଥିଲେ । ପରେ ନନ୍ଦିପଦା ହାଟରେ ଚୋରା ମଦ ବ୍ୟବସାୟ କରୁଥିବା ବସନ୍ତିଆର ସରୋଜ ପଣ୍ଡାଙ୍କ ନିକଟରୁ ବିକ୍ରୀ ଉଦ୍ଦେଶ୍ୟରେ ରଖା ଯାଇଥିବା ୧୦ଲିଟର ଦେଶୀ ମଦ ଜବଦ କରିବାସହ ତାକୁ ଗିରଫ କରିଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୭୭/ ୭୮/ ୭୯/୨୦୨୧ରେ ତିନଟି ମାମଲା ରୁଜୁ କରାଯିବା ସହିତ ଗିରଫ ଚୋରା ମଦବ୍ୟବସାୟୀ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.