Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢଉ,୧୦୫ ଲିଟର ମଦ ଜବତ ଦୁଇ ଜଣ ଗିରଫ

ଅବକାରୀ ବିଭାଗର ଚଢଉ,୧୦୫ ଲିଟର ମଦ ଜବତ ଦୁଇ ଜଣ ଗିରଫ

97

ମାଲକାନଗିରି,୧୮ା୯ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ଚୋରା ମଦ ବେପାରି ବେଆଇନ ଭାବେ ଦେଶି ମଦ ଚାଲାଣ କରୁଥିବା ବେଳେ ୧୦୫ ଲିଟର ମଦ ଜବତ କରାଯିବା ସହ ଦୁଇଜଣ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ଥାନା ଅଧିକାରୀ ଏଚ.ଜଗାରାଓ,ଜ୍ଞାନରଜଂନ ସାହୁ ପ୍ରମୁଖ ବାଲିମେଳା ଅବକାରୀ ବିଭାଗ କର୍ମାଚାରୀ ବାଲିମେଳା ଏନଏସି ଲାଇନ,ମେଡିକାଲ ଲାଇନ ଉପରେ ଚଢଉ କରି ମଦ ଚାଲାଣ କରୁଥିବା ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଲକ ଡାଉନ ସମୟରେ ଓରକେଲ ଥାନା ଅଚଂଳରେ କିଛି ଚୋରା ମଦବେପାରି ମଦ ରନ୍ଧି ବାହରକୁ ଚାଲାଣ କରୁଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଡଉ କରାଯାଇଥିଲା । ଆଜି ଗୋଟିଏ ମଟର ସାଇକେଲରେ ଚାରିଚକିଆ ଯାନର ଦୁଇଟି ଟ୍ୟିବ ରେ ମହୁଲି ମଦ ଦୁଇଜଣ ବ୍ୟକ୍ତି ନେଇ ଯାଉଥିବାର ଦେଖି ସେମାନଙ୍କୁ ଅବକାରି କର୍ମଚାରୀ ମାନେ ଗୋଡାଇ ଧରିଥିଲେ । ସେମାନଙ୍କ ନିକଟରୁ ୧୦୫ଲିଟର ମହୁଲି ଦେଶିମଦ ଜବତ କରା ଯାଇ ବାଲିମେଳା ମେଡିକାଲ ଲାଇନ ଓ ଏନଏସି ଲାଇନ ବସ୍ତିରୁ ଜୋହନ ବାଘ,ପିଲି କୁଲଦୀପ ନାମକ ଦୁଇଜଣ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.