Home ଜିଲ୍ଲା ପରିକ୍ରମା ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ବିପୁଳ ମଦ ଜବଦ: ୧ ଗିରଫ

ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ବିପୁଳ ମଦ ଜବଦ: ୧ ଗିରଫ

34

ବାହାନଗା,୧ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ଗୋଟିଏ କାରକୁ ସନ୍ଦେହ ଜନକ ଅଟକାଇବରୁ ସେଥିରୁ ୫୨୦ଲିଟର ଦେଶୀ ମଦ ଜବଦ ହୋଇଛି । ସୂଚନା ଅନୁସାରେ ଅବକାରୀ ଗୋଇନ୍ଦା ୟୁନିଟ-୨ କଟକର ଆଇଆଇସି ଜଗଦିଶ ଚନ୍ଦ୍ର ସାମଲଙ୍କ ଟିମ ବିଭିନ୍ନ ଜାଗାରେ ଚଢାଉ କରିଥିଲେ । ପୁରୁଣା ବାଲେଶ୍ୱରୁ ଏକ କାର (ଓଆର ୦୫ ବିଏ ୭୧୮୪) ଇଣ୍ଡୋଗୋ କାର ଦୃତ ଗତିରେ ଯାଉଥିବାରୁ ଟିମ ଅଟକାଇ ଯାଞ୍ଚକରିଥିଲେ । ଫଳରେ ସେଥିରୁ ୫୨୦ଲିଟର ଦେଶୀ ମଦ ନେଇ ଭଦ୍ରକ ଅଭିମୁଖେ ବାଲେଶ୍ୱର ଅଞ୍ଚଳ ଛଣପୁରର ରାମଚନ୍ଦ୍ର ରାଉତ ଯାଉଥିବାର ଜାଣିବାକୁ ପାଇଥିଲେ । ସଙ୍ଗେସଙ୍ଗେ ମଦ ସହ କାର ଜବଦ କରି ରାମଚନ୍ଦ୍ରକୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଏହି ଚଢାଉରେ କିଶୋର ରାଉତ, ବସନ୍ତ ମଲ୍ଲିକ, ପୂର୍ଣ୍ଣଜିତ ମହାପାତ୍ର, କିଶାନ ସାବତ, ଜଗନ୍ନାଥ ନାୟକ, ରାଇନା ପଞ୍ଚଭୟା ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.