ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାରେ ପଡିଥିଲା ବିଦ୍ୟୁତ୍ ତାର। ଘରକୁ ଫେରିବାବେଳେ ଅନ୍ଧାରରେ ଜାଣି ନପାରି ତାର ଉପରେ ଚଢିଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ନାଲଗାର ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତକ କାଉପୁର ପଞ୍ଚାୟତ ସିରାପୁର ଗାଁର ସୁବାଷ ସାହୁ। ଖବର ଅନୁସାରେ ସୁବାସ ସନ୍ଧ୍ୟାରେ କାମରୁ ଆସି ବଜାରକୁ ଯାଇଥିଲେ। ରାତିରେ ନାଲଗରା ଇଟାଭାଟି ପଡିଆ ଦେଇ ଘରକୁ ଆସୁଥିଲେ। ଅନ୍ଧାରରେ ଆସୁଥିବାରୁ ତଳେ ପଡିଥିବା ବିଦ୍ୟୁତ୍ ତାରକୁ ଜାଣିନପାରି ଚଢି ଯାଇଥିଲେ। ଘଟଣାସ୍ଥଳରେ ସୁବାସଙ୍କର ମୃତ୍ୟୁ ହୋଇଥିଲା। ସକାଳେ ଲୋକ ଦେଖି ସୁବାସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସୁବାସଙ୍କ ଦେହରେ ତାର ଗୁଡାଇ ହୋଇ ପୋଡି ଯାଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ସୁବାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ।