Home ଜିଲ୍ଲା ପରିକ୍ରମା ଜେହାଦୀ କଟ୍ଟରପନ୍ଥୀମାନଙ୍କ ବିରୁଦ୍ଧରେ ବଜରଙ୍ଗ ଦଳର ବିଶାଳ ଧାରଣା ପ୍ରଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ

ଜେହାଦୀ କଟ୍ଟରପନ୍ଥୀମାନଙ୍କ ବିରୁଦ୍ଧରେ ବଜରଙ୍ଗ ଦଳର ବିଶାଳ ଧାରଣା ପ୍ରଦର୍ଶନ, ମହାମହିମ ରାଷ୍ଟ୍ରପତିଙ୍କୁ ଦାବୀପତ୍ର ପ୍ରଦାନ

29

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କିଛି ବର୍ଷ ହେବ ଭାରତରେ ଇସଲାମିକ୍ ଜେହାଦୀ କଟ୍ଟରପନ୍ଥୀ ମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାକୁ ଲାଗିଛି। ଯୋଜନା ପୂର୍ବକ ହିନ୍ଦୁ ମାନଙ୍କୁ ଆକ୍ରମଣ କରାଯାଉଛି। ସମଗ୍ର ଦେଶରେ ବର୍ଷ-ପ୍ରତିପଦା ଏବଂ ଭଗବାନ ଶ୍ରୀରାମନବମୀ ଶୋଭାଯାତ୍ରା ଉପରେ ପଥରବାଜି ସହ ଆକ୍ରମଣ କରାଗଲା। ଯେଉଁଥିପାଇଁ ଦେଶର ଅନେକ ସ୍ଥାନରେ କର୍ଫ୍ୟୁ ଲଗାଯିବା ସହ ଉତ୍ତେଜନା ଏବେବି ଲାଗିରହିଛି। ହିନ୍ଦୁ ସମାଜର ଧୈର୍ଯ୍ୟ ଓ ସହନଶୀଳା କାରଣରୁ ପରିସ୍ଥିତି ଜଟିଳ ହୋଇନଥିଲା କିନ୍ତୁ ମାତ୍ର କେଇଦିନ ପରେ ହନୁମାନ ଜୟନ୍ତୀ ଅବସରରେ ହୋଇଥିବା ଶୋଭାଯାତ୍ରାରେ ମଧ୍ୟ ପଥରବାଜୀ ହୋଇଥିଲା। ହିନ୍ଦୁ ସମାଜ ନିଜ ଦେଶରେ ନିଜ ଧାର୍ମିକ ଶୋଭାଯାତ୍ରା ଆୟୋଜିତ କରିବା ସମ୍ଭବ ହେଉନାହିଁ। ହିଜାବ ବିବାଦ ସମୟରେ କର୍ଣ୍ଣାଟକରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ସେ ସମୟରେ ମଧ୍ୟ ହିନ୍ଦୁ ମାନଙ୍କ ଉପରେ ଅନେକ ସ୍ଥାନରେ ଆକ୍ରମଣ କରାଯାଇଥିଲା। ସଦ୍ୟ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ଟିପ୍ପଣୀକୁ ନେଇ ଗତ ଶୁକ୍ରବାର ଜୁମ୍ମାର ନମାଜ ପରେ ମସଜିଦ୍‌ରୁ ଆକ୍ରମଣ କରାଗଲା। ହିନ୍ଦୁ ଘର, ଦୋକାନ, ଯାନବାହନକୁ ନିଆଁ ଲଗାଇ ଦିଆଗଲା। ସରକାରୀ ସମ୍ପତ୍ତି ଓ ମନ୍ଦିର ମାନଙ୍କୁ ଭୀଷଣ କ୍ଷତିଗ୍ରସ୍ତ କରାଗଲା। ପୋଲିସ ଉପରେ ମଧ୍ୟ ଆକ୍ରମଣ କରାଗଲା। ଅନେକ ଲୋକଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଛି। ଆଇନ୍ ବ୍ୟବସ୍ଥାକୁ ଏହି ଜେହାଦୀମାନେ ମଜାକ୍ ବନାଇ ଦେଇଛନ୍ତି।

ଅନେକ ବିଧର୍ମୀ ମାନେ ହିନ୍ଦୁ ମାନବିନ୍ଦୁ ଓ ଦେବାଦେବୀ ମାନଙ୍କ ବିରୋଧରେ ଅନର୍ଗଳ ଅପପ୍ରଚାର କରୁଛନ୍ତି। ଏଆଇଏମଆଇଏମର ନେତା ଅସୱଦିନ ଓବେସୀ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ବିଭ୍ରାନ୍ତକାରୀ ଓ ସମାଜ ବିଭାଜନକାରୀ ମନ୍ତବ୍ୟ ଦେଇଥିଲେ। ଦେଶରେ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି କରୁଥିଲା ବେଳେ ଆମ ଦେଶର ସେକୁଲାରବାଦୀ ନିରବ ଦର୍ଶକ ସାଜିଛନ୍ତି। ପ୍ରତି କଥାରେ ଲୋକତନ୍ତ୍ର ବିପଦରେ ବୋଲି କହୁ ବୁଲୁଥିବା ରାଜନୈତିକ ଦଳ ଗତ ଦୁଇ ଶୁକ୍ରବାରରେ ଘଟିଥିବା ଘଟଣା ବିଷୟରେ ନିରବ ଦର୍ଶକ ସାଜିଛନ୍ତି। ଏଥିପାଇଁ ଦେଶର ସାମାଜିକ ସଦଭାବ କ୍ଷୁର୍ଣ୍ଣ ହେବା ସହ ଜେହାଦୀମାନଙ୍କ ମନୋବଳ ବୃଦ୍ଧି ପାଇଛି। ଯାହା ଫଳରେ ଓଡିଶାର ଭଦ୍ରକ ପରି କିଛି ଜିଲ୍ଲାରେ ହିନ୍ଦୁ ପରିବାରକୁ ଘେରାବନ୍ଦି କରି ଭୟଭୀତ କରାଇ, ଆକ୍ରମଣ କରାଯାଇଛି। ସମ୍ପୂର୍ଣ୍ଣ ଦେଶରେ ହିନ୍ଦୁ ସମାଜ ଏହି ଆକ୍ରମଣରେ ଆହତ ଓ ଆକ୍ରୋଶ ଅଛି। ତମାମ ଦେଶରେ ହିନ୍ଦୁ ସମାଜ ଏହି ଧାରଣା ଓ ଜ୍ଞାପନ ମାଧ୍ୟମରେ ବିରୋଧ ଏବଂ ଆକ୍ରୋଶ ବ୍ୟକ୍ତ କରିବା ସହ ଆଜିର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରାଷ୍ଟ୍ରବାଦୀ ମାନଙ୍କର ଅଟେ ବୋଲି ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି କହିଛନ୍ତି।

ଏହି ସମ୍ପର୍କରେ ବଜରଙ୍ଗ ଦଳ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବଜରଙ୍ଗ ଦଳର ବିଭାଗ ସଂଯୋଜକ ବିପିନ ବିହାରି ପଣ୍ଡା, ଜିଲ୍ଲା ସହ ସଂଯୋଜକ ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ସୁରକ୍ଷା ପ୍ରମୁଖ ଜୟ ପ୍ରକାଶ ପତି, ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ କ୍ଷିତିଶ ଚନ୍ଦ୍ର ରାଉତ, ଜିଲ୍ଲା ଆଖଡା ପ୍ରମୁଖ ଦଶରଥ ସାହୁ, ବିଶ୍ୱ ହିନ୍ଦୁ ପରିଷଦର ବିଭାଗ ସମ୍ପାଦକ ବିଜୟ ସିହ୍ନା, କୈଳାସ ଦାସ, ବିଜୟ ଦାସ, ଶଙ୍କର୍ଷଣ ଦାସ, ନରୋତ୍ତମ ପରିଡା, ହୃଷିକେଶ ଗୋସ୍ୱାମୀ, ବିକାଶ ପାଢୀ, ଚନ୍ଦ୍ର ଶେଖର ମହାପାତ୍ର, ଅନିଲ କୁମାର ବେହେରା, ସରୋଜିନୀ ଦାସ, ତପନ ମହାନ୍ତି, ସନ୍ତୋଷ ବେହେରା, ବୃଷଭାନୁ ସାହୁ, ପୁନିଲ ସାମନ୍ତ, ମହେଶ୍ୱର ବେହେରା, କୈଳାସ ଗୁପ୍ତା, ବିଜୟ କୁମାର ରାମ, ସରୋଜ ପରିଡା, ଶୈଳେନ୍ଦ୍ର ସେନାପତି, ମନ୍ମଥ ନାୟକ, ରଘୁନାରାୟଣ ନାୟକ, ଜୀବନଜ୍ୟୋତି ବଳ, ଅଶୋକ ଜେନା, ବିଜୟ କୁମାର ବାରିକ, କୃଷ୍ଣଚନ୍ଦ୍ର ଦାସ, ରଥ କିଶୋର ସାମଲ, ଚନ୍ଦ୍ର ଶେଖର ରାଉତ, ରଞ୍ଜିତ ପୃଷ୍ଟି, ଦେବାଶିଷ ଗ୍ରହାଚାର୍ଯ୍ୟ, ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.