Home ଜିଲ୍ଲା ପରିକ୍ରମା ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ବିଭାଗର ୨୪ଟି ହାଇସ୍କୁଲରେ ୪୫ଜଣଙ୍କୁ ଚୁକ୍ତିଭିତିକ ଶିକ୍ଷକ ନିଯୁକ୍ତି...

ଅନୁସୁଚିତ ଜନଜାତି ଓ ଅନୁସୁଚିତ ଜାତି ବିଭାଗର ୨୪ଟି ହାଇସ୍କୁଲରେ ୪୫ଜଣଙ୍କୁ ଚୁକ୍ତିଭିତିକ ଶିକ୍ଷକ ନିଯୁକ୍ତି ।

75

ମାଲକାନଗିରି,୧୧ା୩ (ଓଡିଆ ପୁଅ) ଅନୁସୁଚିତ ଜନଜାତି ଅନୁସୁଚିତ ଜାତି ବିଭାଗର ମାଲକାନଗିରି ଜିଲ୍ଲାର ୨୪ଟି ଏସଏସଡି ହାଇସ୍କୁଲ ରେ ୪୫ଜଣ ଙ୍କୁ ଚୁକ୍ତିଭିତିକି ଶିକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଛି । ସ୍ଥାନୀୟ ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ.ୟେଦୁଲା ବିଜୟଙ୍କ ଅଧ୍ୟକ୍ଷତାରେ ଏହି ନିଯୁକ୍ତି ପତ୍ର ଶିକ୍ଷକ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧନ,ଜିଲ୍ଲାମଙ୍ଗଳବିଭାଗ ଅଧିକାରୀ ପ୍ରଦୀପ୍ତ କୁରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଚଂଳରୁ ଆସିଥିବା ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ଚୁକ୍ତିଭିତିକି ଶିକ୍ଷକ ନିଯୁକ୍ତି ପତ୍ର ବାଟିଂଥିଲେ । ନବ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ ବିଦ୍ୟାଳୟକୁ ନିୟମିତ ଯିବା ସହିତ ସେମାନଙ୍କ ଦାଇତ୍ୱ ଓ କାର୍ଯ୍ୟକୁ ସୁଚାରୁଭାବେ ତୁଲାଇବାସହିତ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ସହାୟକ ହୋଇ ଉତମଶିକ୍ଷାଦନ ଦେବାପାଇଁ ଜିଲ୍ଲାପାଳ ଶ୍ରୀ ବିଜୟ ପରାମର୍ଶ ଦେଇଛନ୍ତି ।ନବ ନିଯୁକ୍ତି ପାଇଥିବା ୪୫ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ନିଜ କାର୍ଯ୍ୟ ଠିକ ଭାବେ ତୁଲାଇବା ପାଇଁ ସପଥପାଠ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.