Home ଅନୁଗୁଳ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ କଂଗ୍ରେସରୁ ଇସ୍ତଫା

ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀଙ୍କ କଂଗ୍ରେସରୁ ଇସ୍ତଫା

62

ଅନୁଗୋଳ,୨୬/0୨(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ନିଜ ପଦରୁ ତଥା କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ଗତ ୨୦୧୫ ମସିହାରୁ ସେ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହିଳା ସଂଗଠନକୁ ଅଧିକରୁ ଅଧିକ ସଙ୍ଗଠିତ ଓ କ୍ରିୟାଶୀଳ କରିବାପାଇଁ ଅଧିକରୁ ଅଧିକ ଚେଷ୍ଟା କରି ଆସୁଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସହଯୋଗ ନମିଳିବାରୁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ତେବେ ସେ ଏନେଇ ରାଜ୍ୟ କଂଗ୍ରେସ ସଭାପତି ଏବଂ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଦଳ ତରଫରୁ କୈାଣସି ପଦକ୍ଷେପ ନିଆ ନଯିବାରୁ ସେ ବାଧ୍ୟ ହୋଇ ସମସ୍ତ ପଦପଦବୀ ଏବଂ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ନିଜ ଇସ୍ତଫାପତ୍ରକୁ ସେ ପ୍ରଦେଶ ମହିଳା କମିଟି ସଭାନେତ୍ରୀ ଓ ପିସିସି ସଭାପତିଙ୍କୁ ପଠାଇଥିବାର ଜଣାଇଛନ୍ତି । ତେବେ ବର୍ତମାନ ସେ କେବଳ ସମାଜସେବା କ୍ଷେତ୍ରରେ ମନୋନିବେଶ କରିବା ସହ ବର୍ତମାନ ପରିସ୍ଥିତିରେ ସେ ଅନ୍ୟ କୈାଣସି ଦଳରେ ଯୋଗ ଦେବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.