Home ଓଡ଼ିଶା ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ

ଅନଶନରତ ଶ୍ରୀକାନ୍ତଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ

76

କେନ୍ଦ୍ରାପଡ଼ା ୨୪ ଅଗଷ୍ଟ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥାଇ ୧୫ଦିନ ହେବ ଅନଶନରତ ଥିବା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭେଟିଛନ୍ତି ଜଳମାନବ ରୂପେ ସାରାଦେଶରେ ପରିଚିତ ରାଜେନ୍ଦ୍ର ସିଂ। ଶ୍ରୀ ସିଂଙ୍କ ସହିତ ସୁଦର୍ଶନ ଦାସ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମଧ୍ୟ ଶ୍ରୀକାନ୍ତଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଜଳମାନବ ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି। ଭଦ୍ରକ ଜିଲ୍ଲାର ଲୋକଙ୍କୁ ପାଣି ଯୋଗାଇ ଦେବାକୁ ସେ ବିରୋଧ କରୁନାହାନ୍ତି। କିନ୍ତୁ ଏକ କମ୍ପାନୀ ଧୋକା ଦେଇ ଘରେ ନଳ ଲଗାଇ ନଳରେ ଜଳ ଦେବାକୁ କହୁଛି। ସେହି କମ୍ପାନୀ ତାର ବନ୍ଦରକୁ ପାଣି ନେବାକୁ ଚାହୁଁଛି। ସେହି କମ୍ପାନୀର ଧୋକାକୁ ଆମେ ବୁଝି ପାରିଛୁ। ତେଣୁ ଆମେ ଏହି ଆନ୍ଦୋଳନରେ ଓଡିଶାର ଆନ୍ଦୋଳନରତ ଲୋକମାନଙ୍କୁ ସମର୍ଥନ କରୁଛୁ। ପ୍ରଶାସନ ଯେପରି ଭାବରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସ ଫୋର୍ସ ଲଗାଇ ଅତ୍ୟାଚାର କରିବା ସହ ମିଥ୍ୟା ମାମଲା କରୁଛି ଆମେ ତାକୁ ବିରୋଧ କରିବା ସହ ଲୋକଙ୍କ ନାର୍ଯ୍ୟ ଅଧିକାର ପାଇଁ ଲଢେଇକୁ ପୂର୍ଣ୍ଣ ସମର୍ଥନ କରୁଛୁ। ଭିତରକନିକାର ଜଙ୍ଗଲ, ଜଙ୍ଗଲର ପଶୁ ଏବଂ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ୧୫ଦିନ ଧରି ଶ୍ରୀକାନ୍ତ ଅନଶନ କରି ଆସିଛନ୍ତି। ଏକ ସମ୍ବେଦନଶୀଳ ସରକାର ତୁରନ୍ତ ଅନଶନରତ ଶ୍ରୀକାନ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା। ମୁଁ ଭାବୁଥିଲି ଓଡିଶା ସରକାର ଏକ ସମ୍ବେଦନଶୀଳ ସରକାର ବୋଲି। କିନ୍ତୁ ସରକାର ଉଦାସୀନ ହେବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା। ମୁଁ ଏହି ଆନ୍ଦୋଳନରେ ଶ୍ରୀକାନ୍ତ ସହିତ ଅଛିି। ଶ୍ରୀକାନ୍ତଙ୍କୁ ଶ୍ରୀ ସିଂ ଅନସନ ଭାଙ୍ଗିବାକୁ ଅନୁରୋଧ କରିଥିଲେବି ଶ୍ରୀକାନ୍ତ ଅନସନ ଭାଙ୍ଗିବାକୁ ରାଜି ହୋଇନଥିଲେ। ଏହାପରେ ଜଳମାନବ ଶ୍ରୀ ସିଂ ଖରସ୍ରୋତା ପ୍ରକଳ୍ପ ସ୍ଥଳକୁ ଯାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.