ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ଦିବସ ଅବସରରେ ପୁରୀ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଏକ ଅନ୍ଲାଇନ୍ ସଚେତନତା ସଭା ଆୟୋଜନ କରିବା ସହ ଶିଶୁ ଦିବସ ପାଳନ କରାଯାଇଥିଲା। ଏହି ଅନଲାଇନ୍ ସଚେତନତା କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଉତ୍କଳ ବାଳାଶ୍ରମ ଆଦୃତ, ଦ୍ରୈାପଦୀ ମହିଳା ଓ ଶିଶୁ ସମିତି ପରି ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଓ ଦୈାରା ଜଜ୍ ଓ ପ୍ରାଧିକରଣ ଅଧ୍ୟକ୍ଷ ବିଦ୍ୟୁତ୍ କୁମାର ମିଶ୍ର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ରମା ଶଙ୍କର ପାତ୍ର, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରୁଦ୍ରନାରାୟଣ ସାହୁ ଓ ପ୍ରାଧିକରଣର ସଚିବ ଅମରେଶ ମହାପାତ୍ର ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ୍ ଉପରେ ଆଲୋକପାତ କରିଥିଲେ। ଈଶ୍ୱରନ୍ୟାୟ ଅଧିନିୟମ ୨୦୧୫, ବାଲ୍ୟ ବିବାହ ନିଷିଦ୍ଧ ଆଇନ୍ ବିଷୟରେ ସଚେତନ କରିବା ସହିତ ୬-୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କର ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ରହିଥିବା କଥା କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କିଛି ପିଲାମାନେ ନିଜର ବକ୍ତବ୍ୟ ରଖିଥିଲେ।







