Home ଓଡ଼ିଶା ଅଧିକ ଯୌତୁକ ପାଇଁ ପତ୍ନୀଙ୍କୁ ପୋଡି ହତ୍ୟା,ସ୍ୱାମୀ ଓ ଶାଶୁ ଗିରଫ, ଯୌତୁକ ସାମଗ୍ରୀ...

ଅଧିକ ଯୌତୁକ ପାଇଁ ପତ୍ନୀଙ୍କୁ ପୋଡି ହତ୍ୟା,ସ୍ୱାମୀ ଓ ଶାଶୁ ଗିରଫ, ଯୌତୁକ ସାମଗ୍ରୀ ଜବତ

193

ମାଲକାନଗିରି,୧ା୬(ଓଡିଆ ପୁ୍‌ଅ ) ଅଧିକ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡି ହତ୍ୟା କରିବା  ଅଭିଯୋଗରେ ସ୍ୱାମୀ ଓ ଶାଶୁଙ୍କୁ ଆଜି ଓରକେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ନିକଟସ୍ଥ ବସ୍ତିରେ ଗତ୨୭ତାରିଖ ଭୋର ରୁ ଗାଧୁଆ ଘରୁ ଜଣେ ବିବାହିତା ମହିଳାଙ୍କର ଅର୍ଦ୍ଦଦଗ୍ଧ ମୃତ ଦେହ ଉଦ୍ଧାର ହୋଇଥିଲା । ଏହାକୁ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ମହିଳାଙ୍କ ଶାଶୁଘର ଲୋକେ ଆତ୍ମହତ୍ୟା ବୋଲି ସଫେଇ ଦେଇଥିଲେ । ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶକ୍ରମେ  ଏକ ସ୍ବତନ୍ତ୍ର ତଦନ୍ତ କାରି ଟିମଗଠନ କରାଯାଇଥିଲା,  ଘଟଣାର ଗୁମ୍ମାପୁଲିସ ଫାଣ୍ଡି ,ଓରକେଲ ଥାନା ପୁଲିସ ସାଇଟିଂଫିକ ଟିମ ମଗାଇ ଭଲଭାବରେ ତଦନ୍ତ କରି ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦାଫାସ କରିଛନ୍ତି । କୁଡୁମୁଲୁଗୁମ୍ମା ଗ୍ରାମର ଗୋବିନ୍ଦ ମହାରଣା ଙ୍କ ପତ୍ନୀ ମିନତୀ ମହାରଣା(୨୩) ଙ୍କର ଅର୍ଦ୍ଦଦଗ୍ଧ ଅବସ୍ଥାରେ ଗାଧୁଆଘରୁ ମୃତଶରୀର ଗତ ୨୭ତାରିଖ ଭୋରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସଂପର୍କରେ ପୁଲିସ ଜାଣିବା ପରେ କୁଡୁମୁଲୁଗୁମ୍ମା ପୁଲିସ ଫାଣ୍ଡି ସବଇନିସପେକ୍ଟର ଓ ପୁଲିସ ସଦଳବଳ ଘଟଣାସ୍ଥାଲରେ ପହଁଚି ଶବ ଜବତ କରି ଦତନ୍ତ ଆରମ୍ଭକରିଥିଲେ । ମହିଳା ଙ୍କ ବାପାଘର ଅଭିଯୋଗ କ୍ରମେ ଏହାର ଅଧିକ ତଦନ୍ତ ପାଇଁ କୋରାପୁଟ ଠାରୁ ପୁଲିସ କୁକୁର ଓ ସାଇଟିଂଫିକ ଟିମ କୁ ମଗାଯାଇଥିଲା, ମହିଳାଙ୍କୁ ଅଧିକ ଯୌତୁକ ବାପଘରୁ ଆଣିବା ପାଇଁ ବାରମ୍ବାର ନିର୍ଯ୍ୟାତନା ଦେବା ସହ ଗତ ୨୬ତାରିଖ ରାତ୍ରରେ ଭୋଜନ ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯୌତୁକ ନେଇ ଝଗଡା ଲାଗିଥିଲା, ସ୍ୱାମୀ ଗୋବିନ୍ଦ ରାଗି ଯାଇ ନିଜ ପତ୍ନୀଙ୍କୁ ଏକ ଆଳୁକଟା ଛୁରିରେ ବାରମ୍ବାର ଆଘାତ କରିବାପରେ ତାଙ୍କ ମାଙ୍କ ସହିତ ମିଶି ଗାଧୁଆ ଘରକୁ ନେଇ ସେଠାରେ ପେଟ୍ରୋଲ ଢାଳି ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ପୋଡି ହତ୍ୟାକରିଥିବା ଘଟଣା ପୁଲିସ ତଦନ୍ତ ଜଣାପଡିଛି । ଓରକେଲ ଥାନା କେସ ନମ୍ବର ୯୯/୨୦ରେ ମକୋଦମା ରୁଜୁ କରାଯାଇ ୪୯୮(ଏ)/୩୦୨/୩୦୪-ବି/୩୪ ଦଫା,ଆର/ଡବ୍ଲୁ, ୪ ଯୌତୁକ ନିର୍ଯ୍ୟାତନା ଦଫାରେ ମହିଳାଙ୍କ ସ୍ୱାମୀ ଗୋବିନ୍ଦ ମହାରଣା ଓ ଶାଶୁ ଲକ୍ଷ୍‌ମି ମହାରଣାଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବାସହିତ ଯୌତୁକ ସାମଗ୍ରୀ ଜବତ କରିଛନ୍ତି

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.