Home କେନ୍ଦୁଝର ଅଧିକ ଯୌତୁକ ଦାବିରେ ବୋହୁକୁ ମାଡମାରି ବିଷ ପିଆଇଲେ, ଥାନାରେ ମାମଲା ରୁଜୁ

ଅଧିକ ଯୌତୁକ ଦାବିରେ ବୋହୁକୁ ମାଡମାରି ବିଷ ପିଆଇଲେ, ଥାନାରେ ମାମଲା ରୁଜୁ

66

ହାଟଡିହି ୪ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଡିମିରିଆ ଗ୍ରାମରେ ଜଣେ ବୋହୁକୁ ଶ୍ୱଶୁରଘର ଲୋକମାନେ ଅଧିକ ଯୌତୁକ ଦାବିରେ ମାଡମାରି ବିଷ ପିଆଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ବୋହୁୁ ଜଣକ ଗୁରୁତର ଅବସ୍ଥାରେ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ହାବଳେଶ୍ୱର ଗ୍ରାମର କୈଳାଶ ନାୟକଙ୍କ ଝିଅ ସତ୍ୟଭାମା ସହିତ ଡିମିରିଆ ଗ୍ରାମର ଭିକାରୀ ମଲ୍ଲିକଙ୍କ ପୁଅ ଉପେନ୍ଦ୍ର ମଲ୍ଲିକଙ୍କ ବିବାହ ହୋଇଥିଲା । ୨୪/୪/୨୦୧୯ରେ ନିକଟସ୍ଥ ଶ୍ରୀମନ୍ତପୁର ମନ୍ଦିରରେ ଏହି ବିବାହ ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା । ବରପକ୍ଷର ଦାବି ମୁତାବକ ଯୌତୁକ ସହିତ ଅନ୍ୟାନ୍ୟ ସାମଗ୍ରୀ ବାହାଘର ବେଳେ ଦିଆଯାଇଥିଲେ ମଧ୍ୟ ବିଭାଘରର କିଛିଦିନ ପରେ ଅଧିକ ପଚାଶ ହଜାର ଟଙ୍କା ଆଣିବାକୁ ଦାବିକରି ଶ୍ୱଶୁରଘର ଲୋକେ ସତ୍ୟଭାମାକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ପୁର୍ବରୁ ଉଭୟ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହାର ସମାଧାନ ମଧ୍ୟ କରାଯାଇ ଚୁକ୍ତିନାମା ଲେଖାଯାଇଥିଲା । କିନ୍ତୁ ଗତକାଲି ହଠାତ କୈଳାଶଙ୍କ ପରିବାର ଲୋକେ ଝିଅର ଅବସ୍ଥା ଗୁରୁତର ବୋଲି ଖବରପାଇ ଝିଅ ଘରକୁ ଆସି ଝିଅ ବିଷ ପିଇଥିବା ଶାଶୁଘର ଲୋକଙ୍କ ଠାରୁ ଶୁଣିବାକୁ ପାଇଥିଲେ । ତୁରନ୍ତ ଝିଅକୁ ଉଦ୍ଧାରକରି ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସତ୍ୟଭାମାର ମା ଅନୁସୟା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ତାର ସ୍ୱାମୀ ଉପେନ୍ଦ୍ର ମଲ୍ଲିକ ଶାଶୁ ଜାନକୀ ମଲ୍ଲିକ ଓ ଶ୍ୱଶୁର ଭିକାରୀ ମଲ୍ଲିକ ପ୍ରମୁଖ ମିଶି ମାଡମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମକରି ଯୋର ଜବରଦସ୍ତ ବିଷ ପିଆଇଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଥାନା କେସନଂ ୧୨୯/୨୧ରେ ବିଭିନ୍ନ ସଂଗୀନ ଦଫା ଲଗାଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.