Home ଜିଲ୍ଲା ପରିକ୍ରମା ଅତିସମ୍ବେଦନଶୀଳ, ସମ୍ବେଦନଶୀଳ ବୁଥ୍ କୁ ନେଇ ପୋଲିସର ତର୍ଜମା

ଅତିସମ୍ବେଦନଶୀଳ, ସମ୍ବେଦନଶୀଳ ବୁଥ୍ କୁ ନେଇ ପୋଲିସର ତର୍ଜମା

74

ନୟାଗଡ ୨୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ବ୍ଲକ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୭ ଗୋଟି ଗ୍ରାମପଞ୍ଚାୟତରେ ୫୨୪ ଗୋଟି ବୁଥ୍ ରେ ନିର୍ବାଚନ ଅନୁଷ୍ଠିତ ହେବ। ସେ ମଧ୍ୟରୁ ରଣପୁର ଥାନା ଅଂଚଳରେ ୩୬୫ ବୁଥ୍, ଚାନ୍ଦପୁର ଥାନା ଅଂଚଳରେ ୧୫୯ ବୁଥ୍ ରହିଅଛି। ରଣପୁର ଥାନା ଅଂଚଳର ୨୬ ଗୋଟି ଗ୍ରାମପଞ୍ଚାୟତରେ ୬୦ ଗୋଟି ବୁଥ୍ ସମ୍ବେଦନଶୀଳ ବୋଲି ନିଷ୍ପତି କରାଯାଉଥିବା ବେଳେ ଚାନ୍ଦପୁର ଥାନା ର ୧୧ ଗୋଟି ଗ୍ରାମପଞ୍ଚାୟତରେ ୨୦ ଗୋଟି ବୁଥ୍ ସମ୍ବେଦନଶୀଳ ବୋଲି ନିଷ୍ପତି କରାଯାଇଥିବା ଜଣାପଡିଛି।

କିନ୍ତୁ ବ୍ଲକ ସୂଚନା ଅନୁଯାଇ ସମୁଦାୟ ବ୍ଲକ ଅଂଚଳରେ ୧୩୮ ଗୋଟି ବୁଥ୍ ସମ୍ବେଦନଶୀଳ ଓ ୬୫ ଗୋଟି ବୁଥ୍ ଅତିସମ୍ବେଦନଶୀଳ ବୋଲି ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି। ପ୍ରତି ୨ ଗୋଟି ପଞ୍ଚାୟତ କୁ ନେଇ ରଣପୁର ଥାନା ତରଫରୁ ୧୪ ଗୋଟି ପୁଲିଙ୍ଗ୍ ପୋଲିସ ଦଳ ଗଠନ କରାଯାଇଛି ବୋଲି ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ସେହିଭଳି ଭାବରେ ଚାନ୍ଦପୁର ଥାନା ଅଂଚଳରେ ୬ ଗୋଟି ପୁଲିଙ୍ଗ୍ ପୋଲିସ ଦଳ ଗଠିତ ହୋଇଥିବା ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଙ୍କ ଠାରୁ ସୂଚନା ମିଳିଛି। ରଣପୁର ବ୍ଲକର ଉଭୟ ଥାନା ନିରୀକ୍ଷକ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ପ୍ରଭାବ ବିହୀନ କରିବା ପାଇଁ ସମସ୍ତ ବୁଥ୍ ଅଂଚଳ ବୁଲି ତର୍ଜମା କରୁଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.