Home କୋରାପୁଟ ଅତିରିକ୍ତ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଡୋଲିଆମ୍ବ ଗ୍ରାମ ପରିଦର୍ଶନ

ଅତିରିକ୍ତ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଡୋଲିଆମ୍ବ ଗ୍ରାମ ପରିଦର୍ଶନ

23

କୋରାପୁଟ ୦୯-୦୭(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ କୃଷି  ବିଭାଗର ଅତିରିକ୍ତ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ଅଧିକାରୀ ରାମଚନ୍ଦ୍ର ଜେନା କୋଟିଆ ପଂଚାୟତର ଡୋଲିଆମ୍ବ ଗ୍ରାମ ପରିଦର୍ଶନ କରି ହିତାଧିକାରୀମାନଙ୍କ ଅଲୋଚନା କରିଥିବା ଜଣାପଡିଛି ।କୋରାପୁଟ ଜଳବିଭାଜିକା ବିଭାଗ ଡୋଲିଆମ୍ବକୁ ପୋଷ୍ୟଗ୍ରାମ ଭାବେ ନେଇ ପୋଖରୀ ନିର୍ମାଣ କରିବା ସହ ଲୋକମାନଙ୍କ ଜୀବନଜୀବିକା ନିମନ୍ତେ  ରାଷ୍ଟ୍ରୀୟ ପୋଷଣୀୟ କୃଷି ବିକାଶ ମିଶନ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସିଲେଇ ମେସିନ , ମହୁ ଚାଷ ନିମନ୍ତେ ମହୁ ବାକ୍ସ ,ଗାଇ , ଛେଳି, କୁକୁଡା ମଞୁରୀଘର ,ପନିପରିବା ମଞି ପ୍ରଭୃତି ପ୍ରଦାନ କରାଯାଇଥିବା ଜଣାପଡିଛି ।ଫୁଲଝାଡୁ ଓ ସିଲେଇ ମେସିନରେ ସିଲେଇ ନିମନ୍ତେ ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି । ଅତିରିକ୍ତ ସଚିବ ଶ୍ରୀ ଜେନା ପୋଖରୀ ପରିଦର୍ଶନ କରିବା ସହ ହିତାଧିକାରୀଙ୍କ ସହ କିପରି ପନିପରିବା ଚାଷ କରାଯାଉଛି ଓ କିପରି ବିକ୍ରୀ କରାଯାଉଛି ତାହା ପଚାରି ବୁଝିଥିଲେ ।ପୋଖରୀ ହେବା ଦ୍ୱାରା ପନିପରିବା ଚାଷ କରି ଜୀବନଜୀବିକା ନିର୍ବାହ କରାଯାଉଥିବା ଚାଷୀମାନେ ମତବ୍ୟକ୍ତ କରିଥିଲେ ବୋଲି ଜଣାପଡିଛି ।କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ନାଥ ,ଏସସିଓ ବି.ପାର୍ଥ ସାରଥି ,ଜଳବିଭାଜିକା ବିକାଶ ଦଳ ସଭ୍ୟା ମଞୁଲତା ପଟନାୟକ ପ୍ରମୁଖ ଅତିରିକ୍ତ ସଚିବଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.