Home ଓଡ଼ିଶା ଅଜଣା ଗାଡି ଧକ୍କାରେ ହେଟା ବାଘର ମୃତ୍ୟୁ,ବନବିଭାଗର ତଦନ୍ତ ଆରମ୍ଭ

ଅଜଣା ଗାଡି ଧକ୍କାରେ ହେଟା ବାଘର ମୃତ୍ୟୁ,ବନବିଭାଗର ତଦନ୍ତ ଆରମ୍ଭ

201

ମାଲକାନଗିରି ,୨୬ା୭(ଓଡିଆ ପୁଅ ) ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ କତାମେଟା ନାୟକଗୁଡା ରାସ୍ତାରେ ଅଜଣା ଗାଡି ଧକ୍କାରେ ଏକ ଜଙ୍ଗଲି ହେଟାବାଘର ମୃତ୍ୟୁ ଘଟିଛି । ଆଜି ସକାଳେ ମୃତ ହେଟା ବାଘଟି ଦୁର୍ଘଟଣାର ଶିକାର ହୋଇ ରାସ୍ତାକଡରେ କ୍ଷତାକ୍ତ ଅବସ୍ଥାରେ ପଡିଥିବାର ସେହିରାସ୍ତାରେ ଯାଉଥିବା କିଛି ଲୋକ ଏହାକୁ ଦେଖି ବନବିଭାଗକୁ ଜଣାଇଥିଲେ । ମୃତ ହେଟା ବାଘଟିକୁ ଦେଖିବା ପାଇଁ କତାମେଟା ଓ ତାର ଆଖପାଖ ଗ୍ରାମବାସୀଙ୍କ ଭିଡ ଲାଗି ଯାଇଥିଲା । ହେଟା ବାଘ ମୃତ୍ୟୁ ସଂପର୍କରେ ଆମେ ସହକାରୀ ବନସଂରକ୍ଷକ ଶ୍ରୀକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଏହି ଘଟଣା ମାଥିଲି ବନାଚଂଳ ଅଧିନ ନାୟକଗୁଡା କତାମେଟା ରାସ୍ତାରେ ରେ ଘଟିଛି । ବନବିଭାଗ କର୍ମଚାରୀ ମାନେ ସେଠାରେ ପହଁଚି ହେଟାବାଘର ମୃତଶରୀର ଜବତକରି ମାଥିଲି ପ୍ରାଣାଧନ ଚିକିତ୍ସାଳୟକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.