Home ଜିଲ୍ଲା ପରିକ୍ରମା ଅଜଣା ଗାଡି ଧକ୍କାରେ ଶିଶୁ ମୃତ

ଅଜଣା ଗାଡି ଧକ୍କାରେ ଶିଶୁ ମୃତ

17

ଭଦ୍ରକ, ୧୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ତହସିଲଛକ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ଶିଶୁ ମୃତ୍ୟୁବରଣ କରିଛି । ସ୍ଥାନୀୟ ମନୋହରପୁର ଗ୍ରାମର ଆଦିବାସୀ ଲାଲା ମୁଣ୍ଡା ପୁଅ ଲିକୁ(୬)କୁ ସାଥିରେ ନେଇ ଜାଳ ସଂଗ୍ରହ କରିବାକୁ ଗୁରୁବାର ରାଜପଥ ଅପରପାଶ୍ୱର୍କୁ ଯାଇଥିଲେ । ଅପରାହ୍ନ ୧୨.୩୦ମି ସମୟରେ ଜାଳନେଇ ପିତାପୁତ୍ର ଫେରି ରାଜପଥ ଅତ୍ରିକମ କରୁଥିବା ବେଳେ ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ଏକ ମୋଟର ସାଇକେଲ ଶିଶୁକୁ ଧକ୍କା ଦେଇଥିଲା । ଗୁରୁତର ଆହତ ହୋଇଥିବା ଶିଶୁକୁ ସ୍ଥାନୀୟ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇôଲା । ସେଠାରେ ଡାକ୍ତର ଲିକୁ କୁ ମୃତ ଘୋଷଣା କରି ଥାନାକୁ ସୂଚନା ଦେଇଥିଲେ । ଥାନାରେ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.