Home ଓଡ଼ିଶା ଅଚାନକ ଡକାଗଲା କେନ୍ଦ୍ର କ୍ୟାବିନେଟ ବୈଠକ

ଅଚାନକ ଡକାଗଲା କେନ୍ଦ୍ର କ୍ୟାବିନେଟ ବୈଠକ

473

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମାନଙ୍କର ବୈଠକ ଡକାଇଥିବା ସୂଚନା ମିଳିଛି।ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟର ଏହି ବୈଠକ ଡକାଯାଇଛି।ଏହା କୌଣସି ପୂର୍ବ ନିର୍ଦ୍ଧାରିତ କେନ୍ଦ୍ର କ୍ୟାବିନେଟ ବୈଠକ ନୁହେଁ।ପ୍ରଧାନମନ୍ତ୍ରୀ ମୋଦୀ ଅଚାନକ ଏ ବୈଠକ ଡକାଇଥିବା ଜଣାପଡ଼ିଛି।ମହାରାଷ୍ଟ୍ରରେ ସରକାର ଗଢ଼ିବାରେ ଅନିଶ୍ଚିତତା ଭିତରେ ଶିବସେନା ନିର୍ଦ୍ଧାରିତ ସମୟ ଭିତରେ ସମର୍ଥନ ସଂଖ୍ୟା ଦେବାରେ ବିଫଳ ହେବା ପରେ ରାଜ୍ୟପାଳ ଆଜି ସନ୍ଧ୍ୟା ୮.୩୦ ଯାଏଁ ଏନସିପିକୁ ସମୟ ଦେଇଛନ୍ତି।ତେଣୁ ଏ’ ଭିତରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ନେଇ ଆଶଙ୍କା ରହୁଥିବା ବେଳେ, ମହାରାଷ୍ଟ୍ର ପରିସ୍ଥିତିକୁ ନେଇ ଏହି କ୍ୟାବିନେଟ ବୈଠକ ଡକାଯାଇଥିବା ଅନୁମାନ କରାଯାଉଛି।ରାଜ୍ୟପାଳ ଭବନରୁ ରାଷ୍ଟ୍ରପତି ଭବନକୁ ରିପୋର୍ଟ ଯିବା ପରେ କେନ୍ଦ୍ର କ୍ୟାବିନେଟ ବୈଠକ ଡକାଯିବା ରାଷ୍ଟ୍ରପତି ଶାସନ ଆଡ଼କୁ ଗତି କରୁଛି କୁହାଯାଉଥିବା ବେଳେ ରାଷ୍ଟ୍ରପତି ଶାସନ ପାଇଁ କୌଣସି ରିପୋର୍ଟ ଦିଆଯାଇନଥିବା ମହାରାଷ୍ଟ୍ର ରାଜ୍ୟପାଳଙ୍କ ଭବନ ପକ୍ଷରୁ କୁହାଯାଇଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.