Home ଜିଲ୍ଲା ପରିକ୍ରମା ଅଙ୍ଗନ ଓ୍ୟାର୍ଡିକର୍ମୀଙ୍କ ସାହସିକତା,ସ୍ୱାଭିମାନ ଅଚଂଳରେ ଭରା ନଇ ପାରହୋଇ ଗର୍ଭବତୀ ମହିଳା,ଶିଶୁଙ୍କ ସ୍ୱାସ୍ଥ୍ୟ ଯାଚଂ କରି...

ଅଙ୍ଗନ ଓ୍ୟାର୍ଡିକର୍ମୀଙ୍କ ସାହସିକତା,ସ୍ୱାଭିମାନ ଅଚଂଳରେ ଭରା ନଇ ପାରହୋଇ ଗର୍ଭବତୀ ମହିଳା,ଶିଶୁଙ୍କ ସ୍ୱାସ୍ଥ୍ୟ ଯାଚଂ କରି କୋଭିଡ ଜନସଚେତନତା ର ବାର୍ତାଦେଲେ

122

ମାଲକାନଗିରି,୨୪ା୯(ଓଡିଆ ପୁଅ ) କରୋନା ମହାମାରି ସମୟରେ ମାଲକାନଗିରି ଜିଲ୍ଲାରେ ଏକ ଭଲଖବର ନଜରକୁ ଆସିଛି,ସ୍ୱାଭିମାନ ଅଚଂଳର ଦୁଇଜଣ ଆଦିବାସୀ ଅଙ୍ଗନ ଓ୍ୟାର୍ଡିକକର୍ମୀ ଭରା ନଇ ପାରହୋଇ ଦୁର୍ଗମ ଗ୍ରାମରେ ପହଁଚି ଶିଶୁଙ୍କୁ ଖାଦ୍ୟ ଯୋଗଇବା ସହ ଗର୍ଭବତୀ ମହିଳା ଓ ଶିଶୁଙ୍କ ଯତ୍ନନେଇ ସେମାନଙ୍କ ସ୍ୱାସ୍ଥ୍ୟ ଯାଚଂକରିଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନଅଚଂଳ ରାଲେଗଡା ପଚାଂୟତ ର ଦୁର୍ଗମ ନେରୁଡୁପାଲି ଗ୍ରାମଠାରେ । ମହାମାରି କରୋନା ବ୍ୟାପିଥିବାରୁ ସମସ୍ତ ଅଙ୍ଗନଓ୍ୟାର୍ଡି କେନ୍ଦ୍ରକୁ ଛୋଟ ଛୋଟ ପିଲା ଓ ଗର୍ଭବତୀ ମହିଳା ମାନଙ୍କୁ ଆସିବାକୁ ବାରଣ କରାଯାଇ ଅଙ୍ଗନ ଓ୍ୟାର୍ଡି ଗୁଡିକକୁ ବନ୍ଦ କରାଯାଇଛି । କେନ୍ଦ୍ରକୁ ଆସୁଥିବା ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗଇବା ଓ ସେମାନଙ୍କ ସ୍ୱାସ୍ଥ୍ୟ ଯାଚଂ କରିବା ପାଇଁ ଶୁଆପାଲି ଅଙ୍ଗନଓ୍ୟର୍ଡି କେନ୍ଦ୍ରର ଅଙ୍ଗନ ଓ୍ୟର୍ଡିକର୍ମୀ ପ୍ରମିଳା ପେଲମାଲ,ନେରୁଡୁପାଲି ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରର ଅଙ୍ଗନଓ୍ୟାର୍ଡି କର୍ମୀ ହେମଲତା ସିସା ଦୁହେଁ ଦୁର୍ଗମ ଗ୍ରାମକୁ ଯାତ୍ରା କରିଥିଲେ । ନେରଡୁପାଲି ନିକଟରେ ପ୍ରଭାହିତ ନଦୀରେ ପାଣିବଢିଥିବାରୁ ନଦୀ ଆରପଟ ଗ୍ରାମକୁ କିପରି ଯିବେ ସେ ଚିନ୍ତାକରି ଦୁଇଜଣ ଅଙ୍ଗନ ଓ୍ୟାର୍ଡିକର୍ମୀ ନିକଟସ୍ଥ ଗ୍ରାମରୁ କିଛି ଲାଉତୁମ୍ବା ଆଣି ନିଜ ଅଟାଂରେ ବାନ୍ଧିଦେଇ ଅଭିନବଉପାୟରେ ଦୁଇଜଣ ଗ୍ରାମବାସୀଙ୍କ ସହାୟତାରେ ଭରା ନଇ ରେ ପହଁରି ପହଁରି ଆରପଟକୁ ପାର ହୋଇଥିଲେ । ଅନ୍ୟଜେଣେ ବ୍ୟକ୍ତି ପୃଷ୍ଟିକରଖାଦ୍ୟ ଗୁଡିକୁ ଭଲଭାବରେ ଜରିରେ ପ୍ୟାକକରି ଜରି ବସ୍ତାରେ ନଦୀରେ ପହଁରି ପହିଁରି ନେଇଥିଲେ । ନଦୀ ଆରପାଶ୍ୱର୍ରେ ଥିବା ଗ୍ରାମରେ ଅଙ୍ଗନଓ୍ୟାର୍ଡି କର୍ମୀ ଦୁଇଜଣ ଓଦାସର ସର ହୋଇ ପହଁଚି ବା ଦେଖି ଗ୍ରାମବାସୀ ମାନେ ଯେତିକି ଆଶ୍ଚ ର୍ଯ୍ୟ ହୋଇ ଯାଇଥିଲେ ଶିଶୁ ଏ ଗର୍ଭବତୀ ମହିଳାଙ୍କ ପୃଷ୍ଟିକର ଖାଦ୍ୟ ପାଇ ସେତିକି ଖୁସି ହୋଇ ଅଙ୍ଗନଓ୍ୟାର୍ଡି କର୍ମୀଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଗ୍ରାମରେ ପୃଷ୍ଟିକର ଶୁଖିଲା ଖାଦ୍ୟ ବଟଂନକରି ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଯାଚଂ କରି ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ଦୁର୍ଗମ ଅପହଁଚ ଇଲାକାରେ କରୋନା ସଂକ୍ରମଣରୁ କିପରି ସୁରକ୍ଷିତ ରହିବେ ଜନସଚେତନତା କରିବା ସହ କୋଭିଡ୧୯ ନିୟମ ସଂପର୍କରେ ଆଦିବାସୀ ଗ୍ରାମବାସୀଙ୍କୁ ଏହି ଅଙ୍ଗନଓ୍ୟାର୍ଡି କର୍ମୀ ଦୁହେଁ ବାର୍ତାଦେଇଥିଲେ । ଜୀବନ ଅପେକ୍ଷା ଜୀବିକାକୁ ଏହି ଦୁଇଅଙ୍ଗନ ଓ୍ୟାର୍ଡିକର୍ମୀ ଗୁରୁତ୍ୱଦେଇ ନିଜ ଜୀବନକୁ ପାଣିଛଡାଇ ବିପଦପୁ ଭରା ନଇ ପହଁରି ପହଁରି ଯାଇ କରୋନା ସମୟରେ ଗ୍ରାମବାସୀଙ୍କୁ ସେବା ଯୋଗାଇଥିବାରୁ ଜିଲ୍ଲାପ୍ରଶାସନ ଓ ସମଗ୍ର ଜିଲ୍ଲାବାସୀ ସେମାନଙ୍କୁ ପ୍ରଶଂସା କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.