Home ଜିଲ୍ଲା ପରିକ୍ରମା ଅଙ୍କିତ ପଲି କ୍ଲିନିକରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା

ଅଙ୍କିତ ପଲି କ୍ଲିନିକରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା

37

ବାଲେଶ୍ୱର, ୯ା୩(ଓଡ଼ିଆ ପୁଅ/ଅଭୟ ଦାସ): ଅଙ୍କିତ ପଲି କ୍ଲିନିକ ପକ୍ଷରୁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏଡିଏମ ଛକ କ୍ଲିନିକ ପରିସରରେ ଆୟୋଜିତ ଶିବିରରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଦେବଦତ୍ତ ନାୟକ ଲୋକଙ୍କ ଚକ୍ଷୁ ପରୀକ୍ଷା ସହ ଉଚିତ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ। କମ୍ପାଉଣ୍ଡର ତନୟ ଭୌମିକ ରୋଗୀ ପରୀକ୍ଷାରେ ସହଯୋଗୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପଲି କ୍ଲିନିକର ସତ୍ତ୍ୱାଧିକାରୀ ଆଶିଷ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଶତାଧିକ ବ୍ୟକ୍ତି ନିଜର ଆଖି ପରୀକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଅଙ୍କତ ପଲି କ୍ଲିନିକର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.