Home ଓଡ଼ିଶା ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଅସନ୍ତୋଷ ‘ନେସ୍କୋ’ଏସଡିଓଙ୍କୁ ଉପଭୋକ୍ତାଙ୍କ ଆନ୍ଦୋଳନ ଚେତାବନୀ

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଅସନ୍ତୋଷ ‘ନେସ୍କୋ’ଏସଡିଓଙ୍କୁ ଉପଭୋକ୍ତାଙ୍କ ଆନ୍ଦୋଳନ ଚେତାବନୀ

101

ବାଲେଶ୍ୱର, ୪ା୮ (ଓଡ଼ିଆ ପୁଅ/ଅଭୟ ଦାସ)- : ବାଲେଶ୍ୱର ସହର ସମେତ ଜିଲ୍ଲାରେ ଗତ କିଛିଦିନ ଧରି ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧିବାରେ ଲାଗିଛି। ଏହାକୁ ନେଇ ସହରର ବହୁ ସଚେତନ ଉପଭୋକ୍ତା ଆଜି ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ‘ନେସ୍କୋ’ର ବିଦ୍ୟୁତ୍ ମାର୍ଗସ୍ଥିତ ଉପଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରାନଗଲେ ଆଗାମୀ ଦିନରେ ପୁଣି ଏକ ଜନ ଆନ୍ଦୋଳନ ହେବାକୁ ଯାଉଥିବା ନେଇ ସେମାନେ ଚେତାବନୀ ଦେଇଥିଲେ। ଏନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିଗତ ଦିନର ଲୋ’-ଭୋଲ୍ଟେଜ ସମସ୍ୟା ସମାଧାନ ହୋଇଥିବା ବେଳେ ମେଣ୍ଟେନାନ୍ସ ପାଇଁ ଗତ କିଛିଦିନ ଧରି ବେଳେ ବେଳେ ବିଦ୍ୟୁତ୍ କାଟ ହେଉଥିବା ଏସଡିଓ -୧ ଇଂ ସୌମ୍ୟରଂଜନ ନାୟକ କହିଥିଲେ। ସାଧାରଣତଃ ବିଦ୍ୟୁତ୍ କାଟ ପୂର୍ବରୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥାଏ। ମାତ୍ର ହଠାତ୍ ଆବଶ୍ୟକ ହେଉଥିବା ମେଣ୍ଟନାନ୍ସ ଓ ଡ୍ରପାଉଟ୍ ବାନ୍ଧିବା ପାଇଁ ବିଦ୍ୟୁତ୍ କାଟ ବାବଦରେ ସୂଚନା ଦେବାକୁ ସମୟ ମିଳେ ନାହିଁ ବୋଲି ସେ କହିଥିଲେ। ତେବେ ଆଗାମୀ ଦିନରେ ଯେପରି ଏ ସମସ୍ୟା ନ ହେବ ସେଥିଲାଗି ଉଚିତ ପଦକ୍ଷେପ ନିଆଯାଉଥିବା ଏସଡିଓ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ବେଳେ ସରୋଜ କୁମାର ମହାପାତ୍ର, ପ୍ରାର୍ଥ ପ୍ରତୀମ କର, ଦିଲ୍ଲୀପ ପିରିଡ଼ା, ଅମୂଲ୍ୟ ମହାନ୍ତି, ସୁଶୀଲ ମହାନ୍ତି, ଶେଖ୍ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.