Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନ ପରିବାରକୁ ସହାୟତା ଯୋଗାଇଲା ଶହୀଦ୍ ଭଗତ୍ ସେନା

ଅଗ୍ନି ବିପନ୍ନ ପରିବାରକୁ ସହାୟତା ଯୋଗାଇଲା ଶହୀଦ୍ ଭଗତ୍ ସେନା

21

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶହୀଦ୍ ଭଗତ୍ ସେନା ସବୁ ବେଳେ ବିପନ୍ନଙ୍କୁ ସହାୟତା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ବନ୍ୟା ହେଉ କି ବାତ୍ୟା ଅବା ଘରପୋଡ଼ି, ସବୁ ବେଳେ ସେ ବିପନ୍ନଙ୍କ ପାଖରେ ପହଞ୍ଚିଥାଏ। ସେହିଭଳି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଗ୍ରାମପଞ୍ଚାୟତ ଆକୁଲିକଣା ଗ୍ରାମର ଅଗ୍ନି ବିପନ୍ନ ପରିବାର ରାଜକିଶୋର ସ୍ୱାଇଁ, ହରେକୃଷ୍ଣ ସ୍ୱାଇଁ, ଉମାକାନ୍ତ ନାୟକଙ୍କୁ ଶହୀଦ୍ ଭଗତ୍ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେମନ୍ତ ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ଲୁଗା, ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଆଦି ନେଇ ପ୍ରଦାନ କରିଛନ୍ତି। ସେନାର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିବା ସହ ବିପନ୍ନ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.