Home ଓଡ଼ିଶା “ଅଗ୍ନିପଥ ଯୋଜନା” ପ୍ରତ୍ୟାହାର ଦାବିରେ ବିଜୁ ପଟ୍ଟନାୟକ କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ଦସ୍ତଖତ...

“ଅଗ୍ନିପଥ ଯୋଜନା” ପ୍ରତ୍ୟାହାର ଦାବିରେ ବିଜୁ ପଟ୍ଟନାୟକ କଲେଜ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ

125

ଭୁବନେଶ୍ୱର ୨୮.୬ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ମୋଦି ସରକାରଙ୍କ “ଅଗ୍ନିପଥ” ନିଯୁକ୍ତି ଯୋଜନା ପ୍ରତ୍ୟାହାର ଦାବିରେ ବିଜୁପଟ୍ଟନାୟକ କଲେଜ ଠାରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଯୋଗଦେଇ କହିଥିଲେ ମୋଦି ସରକାର ତାଙ୍କର ୪ ବର୍ଷିୟା ଚାକିରୀ ଯୋଜନା “ଅଗ୍ନିପଥ”କୁ ପ୍ରତ୍ୟାହାର କରିନିଅନ୍ତୁ। ନରେନ୍ଦ୍ର ମୋଦି ଦେଶର ଯୁବ ସମାଜକୁ ଏତଦ୍ୱାରା ପ୍ରତାରିତ କରିଛନ୍ତି। ୨୦୧୯ ମସିହାରେ ସୈନ୍ୟବାହିନୀରେ ଏପର୍ଯ୍ୟନ୍ତ ଗୋଟିଏ ବି ନିଯୁକ୍ତି ହୋଇନାହିଁ। ୨୦୧୪ ମସିହାରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ପ୍ରତିଶୃତି ଦେଇ କ୍ଷମତକାୁ ଆସିଲେ, ଆଜି ସେ ତାଙ୍କ ପ୍ରତିଶୃତିକୁ ପାସୋରି ଯାଇଛନ୍ତି। ଅଗ୍ନପଥର ଅଗ୍ନିବୀରକୁ ଭଣ୍ଡେଇ ଦିଆଯାଉଛି। ପୂର୍ବରୁ ପ୍ରତିବର୍ଷ ୫୦ ହଜାର ଜଣ ସେନାବାହିନୀରେ ନିଯୁକ୍ତି ପାଉଥିବା ବେଳେ ୫୦ ହଜାର ଅବସର ନେଉଥିଲେ। ମୋଦି ଏହି ନିଯୁକ୍ତି ପ୍ରଥାକୁ ଭାଙ୍ଗିଦେଇଛନ୍ତି। ୪ ବର୍ଷିଆ ନିଯୁକ୍ତିରେ ସୌନ୍ୟବାହିନୀର ମାନ ଦୁର୍ବଳ ହୋଇଯିବ। ଏ ଚାକିରୀରେ ପେନସନ ନାହିଁ, ଗ୍ରାଚୁଇଟିବି ନାହିଁ କି ଅଗ୍ନିବିର ମାନେ ଅବସର ପରେ କ୍ୟାଂଟିନରୁ କୌଣସି ଜିନିଷ ନେଇପାରିବେନି। ଆର୍ମିରେ ୪ ବର୍ଷପରେ ମୋଦି ଅଗ୍ନିବୀର ମାନଙ୍କୁ ଘାସ କାଟିବାକୁ ପଠେଇ ଦେବେ। ଅଗ୍ନବୀର ମାନଙ୍କୁ ବିଜେପି ଅଫିସରେ ସିକ୍ୟୁରଟିଗାର୍ଡ଼ ନିଯୁକ୍ତି ଦେବାପାଇଁ କହିବା ଦୁର୍ଭାଗ୍ୟଜନକ।

ଏହିକାର୍ଯ୍ୟକ୍ରମରେ ଭୁବନେଶ୍ୱର ଛାତ୍ର କଂଗ୍ରେସ ସଭାପତି ନିହାର ବେହେରା, ଜଗଦିଶ ଗଜେନ୍ଦ୍ର, ରାଜଲକ୍ଷ୍ମୀ ସାହୁ, ରାଜଶ୍ରୀ ନନ୍ଦିନୀ ସାହୁ, ମହମ୍ମଦ ଗୁଲଫାମ, ସାଗର ପଟ୍ଟନାୟକ, କାର୍ତିକ କାଣ୍ଡି, ମହମ୍ମଦ ସମିଉଲ, ବିଶ୍ୱଭୂଷଣ ମହାପାତ୍ର, ମୁନା ପରିଡ଼ା, ବିଭୂତିଭୂଷଣ ମହାପାତ୍ର, ଉଦିତ୍ ପ୍ରଧାନ, ଅଜିତ ବାରିକ, ଦେବେଶ ସାହୁ, ରାଜେଶ କୁମାର ନାୟକ, ସୁରଜିତ ଜେନା, ସୌରଭ ଦାି, ସ୍ୱପ୍ନରାଣୀ ସ୍ୱାଇଁ, ପିଂଟୁ ପୃଷ୍ଟି, ଗୁରୁପ୍ରସାଦ ମଲ୍ଲିକ, ପ୍ରତ୍ୟୁଷ ପ୍ରଧାନ, ଆଶିଷ କୁମାର ଦାସ, ସୋନାଲି ସାହୁ, ସୋନାଲି ରଥ, ପ୍ରତିସା ଜେନା, ରଶ୍ମିରେଖା ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.