Home ଜିଲ୍ଲା ପରିକ୍ରମା ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ

22

ନବରଙ୍ଗପୁର, ୨୭/୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ପତ୍ର ସଂଖ୍ୟା ୧୪୨/ଓସିଭିପି/୨୨ ଅନୁସାରେ ପ୍ରଦେଶ କଂଗ୍ରେସ କମିଟିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରି ହେବାକୁ ଯାଉଥିବା ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ ତ୍ରୁଟି ପୂର୍ଣ୍ଣ ଅଗ୍ନିପଥ ନିଯୁକ୍ତିକୁ ବିରୋଧ କରି ଏକ ଶାନ୍ତି ପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି। ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି.ସାଇରାଜୁଙ୍କ ନେତୃତ୍ଵରେ ବସଷ୍ଟାଣ୍ଡ ଠାରୁ ଏକ ରାଲିରେ ବାହାରି ବ୍ଲକ କାର୍ଯ୍ୟ|ଳୟ ସମ୍ମୁଖରେ ପହଞ୍ଚି ସତ୍ୟାଗ୍ରହ କରିଥିଲେ। ଏଥିରେ ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ପ୍ରକାଶ ପଣ୍ଡା, ରାମେଶ୍ଵର ପାଣିଗ୍ରାହୀ, ଡାବୁଗାଁ ସରପଞ୍ଚ ବିନୋଦ ସୌରା, କେଶବ ରେଲି, ଶଶୀ ମାଝି, ଧବଳ ନାୟକ ଓ ବିଭିନ୍ନ ଗ୍ରାମରୁ ଆସିଥିବା କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ।ଡାବୁଗାଁ ରେ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଙ୍କ ସହ ପୋଲିସ କମଚାରୀ ମାନେ ଶାନ୍ତି ଶ୍ରୁଙ୍ଖଳା ପାଇଁ ମୃତୟନ ଥିଲେ। ସେହିପରି ଆଜି ନବରଙ୍ଗପୁର ବିଧାନ ସଭା ମଣ୍ତଳୀ ର ତେନ୍ତୁଳିଖୁଣ୍ଟି ରେ ପୁର୍ବତନ ବିଧାୟକ/ଉପ ସଭାପତି ପ୍ରଦେଶ କଗ୍ରେସ କମିଟି, ଓଡିଶା ସଦନ ନାୟକ, ଝରିଗାଁ ବିଧାନ ସଭା ମଣ୍ତଳୀର ସିନ୍ସାରି ବରିଷ୍ଟ ନେତ ଜଳଧର ମାଝି, ଉମରକୋଟ ବିଧାନ ସଭା ମଣ୍ତଳୀ ର ରାଇଘରରେ ଓ ଡାବୁଗାଁ ବିଧାନ ସଭା ମଣ୍ତଳୀରେ ବରିଷ୍ଟ ନେତା ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋରଞ୍ଜନ ତ୍ରିପାଠୀ(ମୁନା ତ୍ରିପାଠୀ) ଓ ଡାବୁଗାଁ ପୁର୍ବତନ ବିଧାୟକ ତଥା ବରିଷ୍ଠ ଆଦିବାସୀ ନେତା ଭୁଜବଳ ମାଝି ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ୪ଟି ବିଧାନସଭା ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଥାନା ଅଧିକାରୀଙ୍କ ସହ ପୋଲିସ କର୍ମଚାରୀ ମାନଙ୍କ ଊପସ୍ତିତିରେ ଶାନ୍ତିପୁର୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.