Home ଓଡ଼ିଶା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୫ମ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୫ମ ଭୁବନେଶ୍ୱର ଜିଲ୍ଲା ସମ୍ମିଳନୀ

72

ଭୁବନେଶ୍ୱର, ତା ୨୩.୦୬ (ଓଡ଼ିଆ ପୁଅ) : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭୁବନେଶ୍ୱର ୫ମ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ରାଜ୍ୟ ସମ୍ପାଦିକା ସନ୍ଧ୍ୟା ଦାଶ ମଜୁମଦାର ଉଦ୍ ଘାଟନ କରିଥିଲେ ଓ ରାଜ୍ୟ ସଭାନେତ୍ରୀ ପୁଷ୍ପା ଦାଶ ଉଦ୍ ଯାପନୀ ବକ୍ତବ୍ୟ ଦେଇଥିଲେ। କେନ୍ଦ୍ରୀୟ ନେତ୍ରୀ ତାପସୀ ପ୍ରହରାଜ, ରାଜ୍ୟ କମିଟି ସଭ୍ୟା ପ୍ରମୋଦିନୀ ସାହୁ, ବନଲତା ଦେଈ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଆଗାମୀ ତିନି ବର୍ଷ ପାଇଁ ମହିଳାମାନଙ୍କର ଅଧିକାର, ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ସମସ୍ୟାକୁ ନେଇ ଆନ୍ଦୋଳନ ସଂଗଠିତ କରାଯିବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସ୍ୱଳ୍ପ ସୁଧରେ ପର୍ଯ୍ୟାପ୍ତ ଋଣ ଓ ଘରୋଇ ପରିଚାରିକାମାନଙ୍କ ସାମାଜିକ ନିରାପତ୍ତା ଏବଂ ଅର୍ଥନୈତିକ ସମସ୍ୟାକୁ ନେଇ ଆନ୍ଦୋଳନ ସଂଗଠିତ କରାଯିବାକୁ ସମ୍ମିଳନୀରେ ଆହ୍ୱାନ କରାଯାଇଛି। ସଭାନେତ୍ରୀ ବିମଳୀ ନାୟକ, ଉପସଭାନେତ୍ରୀ ନୟନା ନାୟକ, ସମ୍ପାଦିକା ମିନତୀ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦିକା ଚିନ୍ମୟୀ ରାଉତ, ନିରୁପମା ନାୟକ, କୋଷାଧ୍ୟକ୍ଷାଙ୍କ ସମେତ ୧୧ ଜଣିଆ ଜିଲ୍ଲା କମିଟିକୁ ସମ୍ମିଳନୀ ନିର୍ବାଚିତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.