Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ଦୁଃଖୀ ସମାଜର ପ୍ରସ୍ତୁତି ବୈଠକ,ଭଦ୍ରକ ସମେତ ସୋର, ବାଲେଶ୍ୱର, ଜଳେଶ୍ୱର ଓ ବାରିପଦାରେ...

ଅଖିଳ ଭାରତୀୟ ଦୁଃଖୀ ସମାଜର ପ୍ରସ୍ତୁତି ବୈଠକ,ଭଦ୍ରକ ସମେତ ସୋର, ବାଲେଶ୍ୱର, ଜଳେଶ୍ୱର ଓ ବାରିପଦାରେ ହେବ ମେଗା ରକ୍ତଦାନ ଶିବିର 

3

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁ-ପ୍ରସିଦ୍ଧ ସୁଫି ସାନ ସରକାର ବାବା ସୈୟଦ ଶାହା ୱସିମ ଅଖତର କାଦରୀ ଓରଫ “ମାମାଜାନ” ଙ୍କ ଜନ୍ମଦିନ ପାଳନ ଅବସରରେ ଭଦ୍ରକ “ଅଖିଳ ଭାରତୀୟ ଦୁଃଖୀ ସମାଜ” ଆନୁକୂଲ୍ୟରୁ ଏବିଡିଏସ ରକ୍ତଦାନ କାର୍ଯ୍ୟାଳୟ ପରିସରରେ କମିଟି ସଭାପତି ଇଂ. ମନାୱର ହୋସେନଙ୍କ ସଭାପତିତ୍ୱରେ ଓ କମିଟିର ସମ୍ପାଦକ ଇଂ. ରେଜାଏ ରସୁଲଙ୍କ ସଂଯୋଜନାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାପକ ପ୍ରସ୍ତୁତିରେ ସର୍ବସମ୍ମତି ରେ ସିଦ୍ଧାନ୍ତ ହେଲା ଯେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଚଳିତ ୨୪ ଜାନୁଆରୀ ୨୦୨୬ (ଶନିବାର) ସକାଳ ୬ ଘଟିକା ଠାରୁ ସକାଳ ୮. ୩୦ ପର୍ଯ୍ୟନ୍ତ ସହର ସାରା ସଫେଇ କାର୍ଯ୍ୟକ୍ରମ ହେବ । ଏବଂ ସକାଳ ୯ ଘଟିକାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏକ ମେଗା ରକ୍ତଦାନ ଶିବିର ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର (ଗୁଲସନେ ନସୀମ) ଖାନକାହା ସରିଫ ସାମ୍ନା ସହିତ ସୋର, ବାଲେଶ୍ୱର , ଜଳେଶ୍ୱର ଓ ବାରିପଦା ଠାରେ ଅନୁଷ୍ଠିତ ହେବ । ସଫେଇ କାର୍ଯ୍ୟକ୍ରମ ଓ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଇନଚାର୍ଜ ଓ ଗାଇଡ଼ ମାନେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ଯେ ଭାଇଚାରା ଭଦ୍ରକ ସହିତ ସୋର, ବାଲେଶ୍ୱର, ଜଳେଶ୍ୱର ଓ ବାରିପଦା ଠାରେ ଶାନ୍ତିଶୃଙ୍ଖଳା ସହିତ ପାଳନ କରାଯିବ ବୋଲି ସିଦ୍ଧାନ୍ତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଇଂ. ହବିବୁଲା ଖାନ, ହାଜି ସବବୀର ଅଲି, ଜମିଲ ଅଖତର ଖାନ, ଇଂ. ମୁଖତାର ଅହେମଦ ରସିଦ, ହାଜି ତବାରକ ଅଲି, ଲିୱା ମାଷ୍ଟର, ହାଜି ଅବୁ ହୋସେନ ଖାନ, ମାଷ୍ଟର ମୁସ୍ତାକ ଗୌହର , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ମହେବୁବ ଖାନ, ଶେଖ ରଫିକ, ଜହୁର ଖାନ, ଇମତୀୟାଜ଼ ଖାନ, ଶିକ୍ଷାବିତ ଶେଖ ମୈରାଜୁଦ୍ଦିନ ଓ ଗୁଡ୍ଡୁ ଖାନ ପ୍ରମୁଖଙ୍କ ସହିତ ପ୍ରତ୍ୟେକ ବସ୍ତିର ରକ୍ତଦାନ ଶିବିରର ଗାଇଡ଼ ମାନେ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.