Home କେନ୍ଦୁଝର ଅକରୁଆ ସଙ୍ଗରାଧ କେନ୍ଦ୍ରରୁ ଚୋରୀ

ଅକରୁଆ ସଙ୍ଗରାଧ କେନ୍ଦ୍ରରୁ ଚୋରୀ

108

ହାଟଡିହି, ୧୧ /୧୦- (ଓଡିଆପୁଅ/ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତରେ ଖୋଲାଯାଇଥିବା ଦୁଇଗୋଟି ସଙ୍ଗରୋଧ କେନ୍ଦ୍ରରୁ ଦୁଇଟି ଇନଭଟର ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଅକରୁଆ ସରପଞ୍ଚ କୌଶଲ୍ୟା ସେଠୀ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ପ୍ରବାସୀ ମାନଙ୍କ ପାଇଁ ଅକରୁଆ ସ୍କୁଲ ଓ ରାଜୀବଗାନ୍ଧୀ ସେବାକେନ୍ଦ୍ରରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା । ୨୪ଘଣ୍ଟିଆ ବିଦ୍ୟୁତ ସଂଯୋଗ ପାଇଁ ଦୁଇଗୋଟି ଯାକ କେନ୍ଦ୍ରରେ ଦୁଇଟି ଇନଭଟର ଲଗାଯାଇଥିଲା । ଏବେ କେହି ପ୍ରବାସୀ ରହୁ ନଥିବାରୁ କେନ୍ଦ୍ର ଦୁଇଟି ତାଲା ପକାଯାଇ ରଖାଯାଇଥିଲା । ଗତ ଦୁଇ ଦିନ ତଳେ କେହି ଦୁର୍ବୁତ ଦୁଇଟିଯାକ କେନ୍ଦ୍ରର ତାଲା ଭାଙ୍ଗି ଦୁଇଟିଯାକ ଇନଭଟର ଦୁଇଟି ଚୋରୀ କରିନେଇ ଯାଇଛି । ଗତକାଲି ଏ ସମ୍ପର୍କରେ ଜଣାପଡିବାପରେ ସରପଞ୍ଚ କୌଶଲ୍ୟା ସେଠୀ ଏ ନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.