Home ଅପରାଧ ୧୭ ବର୍ଷର ଝିଅର ଗୋଡ଼ରେ ଜଞ୍ଜିର ବାନ୍ଧି ବାରମ୍ବାର ଦୁଷ୍କର୍ମ କରୁଥିଲା ପିତା

୧୭ ବର୍ଷର ଝିଅର ଗୋଡ଼ରେ ଜଞ୍ଜିର ବାନ୍ଧି ବାରମ୍ବାର ଦୁଷ୍କର୍ମ କରୁଥିଲା ପିତା

8069

ନୂଆ ଦିଲ୍ଲୀ ୨-୧୨ (ଓଡ଼ିଆ ପୁଅ) : ହାଇଦ୍ରାବାଦ ଏବଂ ରାଞ୍ଚି ଗ୍ୟାଙ୍ଗରେପ ପରି ଦୃଦୟ ବିଦାରକ ଘଟଣା ମଧ୍ୟରେ ରାଜସ୍ଥାନର ଜାଲୋରରେ ମଧ୍ୟ ଏହିପରି ଅତ୍ୟଧିକ ଲଜ୍ଜା ଜନକ ଘଟଣା ସାମନାକୁ ଆସିଛି। ରିପୋର୍ଟ ଅନୁଯାୟୀ ୧୭ ବର୍ଷର ଜଣେ ଝିଅ ଯିଏକି ପୋଲିସ ପାଖରେ ତା’ ପିତା ବିରୁଦ୍ଧରେ ଜଞ୍ଜିରରେ ବାନ୍ଧିକର ବାରମ୍ବାର ରେପ କରିବାର ମାମଲା ରୁଜୁ କରାଇଛି। ଝିଅଟିର ଅଭିଯୋଗ ଅନୁଯାୟୀ ୧୭ ବର୍ଷର ଝିଅର ପାଦରେ ଜଞ୍ଜିର ବାନ୍ଧି ବାରମ୍ବାର ଦୁଷ୍କର୍ମ କରୁଥିଲା ପିତା। ପୀଡ଼ିତା ଯେତେବେଳେ ମାମୁଁଘରେ ପହଁଚିଲା ସେତେବେଳେ ତା’ ଗୋଡ଼ରେ ଲୁହାର ମୋଟା ଜଞ୍ଜୀର ବନ୍ଧା ହୋଇଥିଲା ଏବଂ ତିନୋଟି ତାଲା ଝୁଲିଥିଲା।

ଝିଅର କହିବା ଅନୁଯାୟୀ, ସେ ପିତାକୁ କୌଣସି ଅନ୍ୟ ମହିଳା ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା। ଏହା ପରେ ପିତା ତାକୁ ରୁମରେ ବନ୍ଦ କରି ଦେଇଥିଲା। ଝିଅଟି ଅନ୍ୟ କାହାକୁ କାଳେ କିଛି କହିଦେବ ସେଥିପାଇଁ ତାକୁ ଜଞ୍ଜିରରେ ବାନ୍ଧି ଦେଇଥିଲା ଏବଂ ଅନେକ ଥର ଦୁଷ୍କର୍ମ କରିଥିଲା।

ଅନେକ ଦିନପରେ ପିତାର କାରାଗାରରୁ ଜେଣତେଣ ପ୍ରକାରରେ ବାହାରି ପୀଡ଼ିତା ନିଜର ମାମୁଁଘରେ ପହଁଚିଥିଲା। ସେଠାରେ ସେ ନିଜର ମାମୁଁକୁ ଘଟଣା ବିଷୟରେ ସୂଚନା ଦେଇଥିଲା। ପୁଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୀଡ଼ିତାର ସୋମବାରଦିନ ମେଡିକାଲ କରାଯିବ।

ଏହି ଲଜ୍ଜା ଜନକ ଘଟଣା ଘଟିଛି ରାଜସ୍ଥାନର ଜାଲୋରର ବାଗୋଡ଼ା ଥାନା କ୍ଷେତ୍ରରେ। ଥାନା ଅଧିକାରୀ ଗିରଧର ସିଂହ କହିଛନ୍ତି। ରିପୋର୍ଟ ଲେଖା ସରିଛି। ଏହି ମାମଲା ଝିଅର ମାମୁଁ ଲେଖାଇଛନ୍ତି। ଝିଅର ମାମୁଁଙ୍କର କହିବା ଅନୁଯାୟୀ, ତାଙ୍କ ଭଉଣୀ ସହିତ ବିବାହ ଅଭିଯୁକ୍ତ ସହିତ ହୋଇଥିଲା। କିନ୍ତୁ ସେ ତାଙ୍କ ଭଉଣୀକୁ ମାରପୀଟ କରୁଥିଲା। ତେଣୁ ତାଙ୍କର ସମ୍ବନ୍ଧ ଖପାର ହେବାରୁ ଅଭିଯୁକ୍ତ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ଭାଣେଜୀ ନିଜ ପିତା ଅର୍ଥାତ୍ ଅଭିଯୁକ୍ତ ପାଖରେ ରହୁଥିଲା।

୨୯ ନଭେମ୍ବର ସଂଧ୍ୟାରେ ନିଜ ମାମୁଁ ଘରକୁ କୌଣସି ପ୍ରକାରରେ ପହଁଚି ମାମୁଁକୁ ଏହି ଘଟଣାର ସୂଚନା ଦେଇଥିଲା ଝିଅଟି। ପୀଡ଼ିତା ଯେତେବେଳେ ମାମୁଁ ଘର ପହଁଚିଲା ସେତେବେଳେ ତା’ର ଗୋଡ଼ରେ ମୋଟା ଲୁହାର ଜଞ୍ଜୀର ବନ୍ଧା ହୋଇଥିଲା। ଅବଂ ତା ଉପରେ ୩ଟି ତାଲା ଲଗା ହୋଇଥିଲା। ପୋଲିସ୍ ଅଭିଯୁକ୍ତ ପିତା ବିରୁଦ୍ଧରେ ପୋକ୍ସୋ ଆକ୍ଟ ସମେତ ଅନେକ ଧାରାରେ ମାମଲା ରୁଜୁ କରି ଜାଞ୍ଚ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.