Home ଅନୁଗୁଳ ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ବ୍ୟବସାୟୀ

ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ବ୍ୟବସାୟୀ

64

ତାଳଚେର,୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ କୋଶଳା ଗ୍ରାମର ବ୍ୟବସାୟୀ ସଞ୍ଜୟ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଗୀତାଞ୍ଜଳୀ ପଟ୍ଟନାୟକ ୫୦ ହଜାର ଟଙ୍କାର ଅର୍ଥରାଶି ଏକ ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ଏହି ଅର୍ଥଦାନ ବେଳେ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ,ରମେଶ ଚନ୍ଦ୍ର ସାହୁ,ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ,ରଙ୍ଗାଧର ନାୟକ,ପଂଚାନନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଡଅଁରା ଗ୍ରାମର କାମିନୀ ବିଶ୍ୱାଳ ମା’ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ ୫ ହଜାର ଟଙ୍କା ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର ସିଂହ ଓ ଗଗନ ବିହାରୀ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ନିର୍ମିତ ହେଉଥିବା ମନ୍ଦିରର ମୁଖଶାଳା ଓ ଯଜ୍ଞମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.