Home ଓଡ଼ିଶା ବିଦ୍ୟୁତ୍ ଶୃଳ୍କ ବୃଦ୍ଧି ପ୍ରତିବାଦରେ ସି ପି ଆଇ (ଏମ୍‌) ର  ବିକ୍ଷୋଭ ଓ ପ୍ରତିବାଦ

ବିଦ୍ୟୁତ୍ ଶୃଳ୍କ ବୃଦ୍ଧି ପ୍ରତିବାଦରେ ସି ପି ଆଇ (ଏମ୍‌) ର  ବିକ୍ଷୋଭ ଓ ପ୍ରତିବାଦ

53

ନୟାଗଡ/୦୮/୧୦(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)-  ସି ପି ଆଇ (ଏମ୍‌) ରାଜ୍ୟ କମିଟିର ଆହ୍ୱାନ କ୍ରମେ ରଣପୁରରେ ବିଦ୍ୟୁତ୍ ଦର ବୃଦ୍ଧି ବିରୁଦ୍ଧରେ କୋଭିଡ୍ ନିୟମକୁ ମାନି ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିବା ଜଣାପଡିଛି । ରଣପୁର ବିଦ୍ୟୁତ୍ ଅଫିସ୍ ଆଗରେ ଏ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା । ବିଦ୍ୟୁତ୍ ଦର ବୃଦ୍ଧି ବେଡି ଉପରେ କୋରଡା ମାଡ ବୋଲି ଅଭିଯୋଗ କରାଯାଇ ପ୍ରତିବାଦ କରାଯାଇଥିଲା  ।  ବିଦ୍ୟୁତ୍ ଦର ବୃଦ୍ଧିକୁ ନିନ୍ଦା କରାଯାଇଥିଲା ।

ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଙ୍କ  ନିକଟକୁ ରଣପୁର ଟାଟା ପାୱାର ସେଣ୍ଟାଲ୍ ପରିବଣ୍ଟନ  ମ୍ୟାନେଜର ବିକାଶ କୁମାର ସେନାପତିଙ୍କ ମାଧ୍ୟମରେ ଏକ ମେମୋରାଣ୍ଡମ୍ ପଠାଯାଇଥିବା  ଜଣାପିଡିଛି । ସି ପି ଆଇ (ଏମ୍‌) ପାର୍ଟିର ରଣପୁର ବ୍ଲକ ସମ୍ପାଦକ ଦୁଃଶାସନ ଜେନା ଙ୍କ ନେତୃତ୍ୱରେ ସୁଶିଲ୍ ମହାନ୍ତି, ସୁରେଷ ସ୍ୱାଇଁ, ରଜତ୍ ଜେନା, ସବ୍ୟସାଚୀ ସେନାପତି ଓ  କୁଳମଣି ପଲେଇ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.