Home ଆନ୍ତର୍ଜାତୀୟ ହଷ୍ଟେନରେ ମୋଦି

ହଷ୍ଟେନରେ ମୋଦି

138

ନୂଆଦିଲ୍ଲୀ,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଟେକ୍ସାସ୍‌ ରାଜ୍ୟର ହଷ୍ଟନ ସହରରେ ପହଞ୍ଚିଛନ୍ତି । ରବିବାର ଦିନ ହଷ୍ଟନରେ ମୋଦି ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ସମାରୋହର ସମ୍ବଧିତ କରିବେ । ଏଥିରେ ୫୦ ହଜାରରୁ ଅଧିକ ଭାରତୀୟ ଆମେରିକୀୟ ସାମିଲ ହେବେ । ତେବେ ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ ଯୋଗଦେବେ । ମୋଦୀ ଏବଂ ଟ୍ରମ୍ପ୍‌ ଗୋଟିଏ ମଂଚରେ ଉଦ୍‌ବୋଧନ ଦେବା ଭାରତ-ଆମେରିକା ସଂପର୍କରେ ଏକ ନୂଆ ଅଧ୍ୟାୟ ବୋଲି ହଷ୍ଟନ ମେୟର ସିଲ୍‌ଭେଷ୍ଟର ଟର୍ନର କହିଛନ୍ତି । ହଷ୍ଟନରେ ପହଞ୍ଚିବା ପରେ ମୋଦିଙ୍କୁ ସେଠାକାର ଭାରତୀୟ ସମୁଦାୟ ଭବ୍ୟ ସ୍ୱାଗତ ଜଣାଇଥିଲେ । ପିଏମ ମୋଦି ଯେଉଁ ହୋଟେଲରେ ରହିଛନ୍ତି ତାହାର ବାହାରେ ଭାରତୀୟ ସମୁଦାୟ ହାତରେ ତ୍ରୀରଙ୍ଗା ଧରି ମୋଦିଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.