Home ଓଡ଼ିଶା ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..

ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..

1173

ଭୁବନେଶ୍ୱର: ହୃଦଘାତ (ହାର୍ଟ ଆର୍ଟାକ୍) ଏକ ବିପଜ୍ଜନକ ରୋଗ ଏବଂ ଏହା ଯେ କୌଣସି ବ୍ୟକ୍ତିଙ୍କ ନିକଟରେ ହୋଇପାରେ। କିନ୍ତୁ, ଆପଣ ଜାଣନ୍ତି କି ହାର୍ଟ ଆର୍ଟାକ୍ ସବୁବେଳେ ହଠାତ୍ ଆସି ଯାଇନଥାଏ। ଅନେକ ସମୟରେ ହାର୍ଟ ଆର୍ଟାକ୍ ଆଗମନ ପୂର୍ବରୁ ଶରୀରରେ ଏପରି କିଛି ପରିବର୍ତ୍ତନ ଦେଖାଯିବା ଆରମ୍ଭ କରେ, ଯାହା ଆମର ଦୈନନ୍ଦିନ ଜୀବନକୁ ଅସାଧାରଣ କରିଥାଏ। ଯେପରିକି ଚାଲିବା, ଛାତିରେ ଭାରୀ ଅନୁଭବ କରିବା କିମ୍ବା କାମ କରିବା ସମୟରେ ନିଶ୍ୱାସ ନେବାରେ ଅସୁବିଧା ଇତ୍ୟାଦି। କିନ୍ତୁ, ବେଳେବେଳେ ଆପଣ ଏହି ଲକ୍ଷଣ ଗୁଡ଼ିକୁ ଅଣଦେଖା କରନ୍ତି। ଯାହା। ଆପଣଙ୍କ ପାଇଁ ଭୟଙ୍କର ହୋଇପାରେ। ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ଗୁଡ଼ିକ ବିଷୟରେ ଯାହା ହୃଦଘାତର ଲକ୍ଷଣ ହୋଇପାରେ।

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ –
ଯଦି ଆପଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି କିମ୍ବା ଯଦି ଆପଣ ସମ୍ପୂର୍ଣ୍ଣ ନିଶ୍ୱାସ ନେବା ପରେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସରେ ଅଭାବ ଅନୁଭବ କରୁଛନ୍ତି, ତେବେ ଏହା ହୃଦଘାତର ଲକ୍ଷଣ ହୋଇପାରେ। ଯଦି ଏହା ଦୀର୍ଘ ସମୟ ଧରି ଘଟୁଛି ଏବଂ ଆପଣଙ୍କ ସ୍ୱାସ୍ଥ୍ୟରେ ଅନ୍ୟ କୌଣସି ଅସୁବିଧା ନାହିଁ, ତେବେ ଆପଣ ଏହି ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ।

ଛାତିରେ ଜଳାପୋଡ଼ା ଅନୁଭବ –
ଯଦି ଆପଣଙ୍କ ଛାତିରେ କ୍ରମାଗତ ଭାବରେ ଜଳାପୋଡ଼ା ଅନୁଭବ କରୁଛନ୍ତି କିମ୍ବା ଯଦି ଆପଣ ବଦହଜମୀ ସମସ୍ୟାରେ ପୀଡ଼ିତ ତେବେ ଆପଣ ସତର୍କ ହେବା ଉଚିତ୍। ଦୀର୍ଘଦିନ ଧରି ଠିକ୍ ହେଉନଥିବା ବଦହଜମୀ ହୃଦଘାତର ସଙ୍କେତ ହୋଇପାରେ।।

ମୁଣ୍ଡବିନ୍ଧା କିମ୍ବା ଦାନ୍ତ, ହାତରେ ଯନ୍ତ୍ରଣା –
ହୃଦଘାତ ପୂର୍ବରୁ ଅନେକ ରୋଗୀଙ୍କଠାରେ ହାତ, ଦାନ୍ତ କିମ୍ବା କଳରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ମୁଣ୍ଡବିନ୍ଧାର ଅଭିଯୋଗ ଦେଖିବାକୁ ମିଳିଛି। ଯଦି ଆପଣଙ୍କର ମଧ୍ୟ ଏହି ପ୍ରକାରର ସମସ୍ୟା ଅଛି, ତେବେ ଯଥାଶୀଘ୍ର ଏହାକୁ ଯାଞ୍ଚ କରି ନିଅନ୍ତୁ। ଏହା ମଧ୍ୟ ହୃଦଘାତର ଲକ୍ଷଣ ହୋଇପାରେ।

ପିଠି କିମ୍ୱା କାନ୍ଧରେ ଯନ୍ତ୍ରଣା –
ଯଦି ଆପଣଙ୍କ କାନ୍ଧରେ କିମ୍ବା ପିଠିରେ କ୍ରମାଗତ ଯନ୍ତ୍ରଣା ହେଉଛି ତେବେ ସାବଧାନ ରୁହନ୍ତୁ। ଏପରି ଲକ୍ଷଣ ଅନେକ ରୋଗୀଙ୍କଠାରେ ହୃଦଘାତ ପୂର୍ବରୁ ଦେଖାଯାଏ। ଏହା ହୃଦଘାତର ଲକ୍ଷଣ ମଧ୍ୟ ହୋଇପାରେ।

ବାନ୍ତି ଏବଂ ପେଟ ଯନ୍ତ୍ରଣା –
ବାରମ୍ବାର ବାନ୍ତି ହେବା ଏବଂ ପେଟ ଯନ୍ତ୍ରଣା ମଧ୍ୟ ହୃଦଘାତ ପୂର୍ବରୁ ଦେଖା ଯାଉଥିବା ଲକ୍ଷଣରେ ଅନ୍ତର୍ଭୁକ୍ତ। ଏଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

ପଲସେସନ୍ (ହୃଦୟ ଗତି ବଢ଼ିବା) –
ଅନେକ ସମୟରେ ହୃଦୟର ଗତି ଅତ୍ୟଧିକ ଦ୍ରୁତ ବା ଅତ୍ୟଧିକ ଧୀର ହେବା ମଧ୍ୟ ହୃଦୟର ଦୁର୍ବଳତାକୁ ସୂଚିତ କରେ। ଏଭଳି ପରିସ୍ଥିତିରେ ଅନେକ ଲୋକ ଅନୁଭବ କରନ୍ତି ଯେ ସେମାନଙ୍କର ହୃଦୟ ସଂକୀର୍ଣ୍ଣ ହେଉଛି। ଏହା ସହିତ, ବହୁତ ନର୍ଭସନେସ୍ ଅନୁଭବ ହୁଏ। ଯଦି ଏହି ଅବସ୍ଥା ବାରମ୍ବାର ଘଟୁଛି, ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। -ଦେବଦତ୍ତ ରଥ

ୟୁପିରେ ଖୋଲିବ ମଦ ଦୋକାନ; ତେବେ ଓଡ଼ିଶାରେ ସମାଲୋଚନା କାହିଁକି ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.