Home କନ୍ଧମାଳ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ସେମି ଫାଇନାଲରେ ଜୁରୁକୁପୁଡା ଓ ସାଇନପଡl ଦଳ ବିଜୟୀ

ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ସେମି ଫାଇନାଲରେ ଜୁରୁକୁପୁଡା ଓ ସାଇନପଡl ଦଳ ବିଜୟୀ

102

ବାଲିଗୁଡା, ୧୪/୮.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘ ଆନୁକୁଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସର ମଧ୍ୟରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍ୱାଧୀନତା କପ ଫୁଟବଲ ପ୍ରତିଯୋଗିତା ର ପ୍ରଥମ ସେମି ଫାଇନାଲ ର ପ୍ରଥମଖେଳ ରେ ଜୁରୁକୁପୁଡା ଓ ନନ୍ଦମାହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା,। ଏଥିରେ ୧-୦ ଗୋଲ ରେ ଜୁରୁକୁପୁଡା ଦଳ ବିଜୟୀ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଟାଉନ ର ପୂର୍ବତନ ଫୁଟବଲ ଖେଳାଳି ମୃତ୍ୟୁଞ୍ଜୟ ପ୍ରଧାନୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଉପସଭାପତି ସେକ ସାଦିକ, ସମ୍ପାଦକ ସୁଶାନ୍ତ କୁମାର ଦାସ, ଗଙ୍ଗାଧର ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଖେଳ କୁ ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ଖେଳ ଦ୍ୱିତୀୟ ସେମି ଫାଇନାଲ ରେ କ.ନୂଆଗାଁ ଓ ସାଇନପଡl ମଧ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ସନ୍ତୋଷ କୁମାର ଦୋରା ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳ କୁ ଶୁଭାରମ୍ଭ କରିଥିଲେ। ଏଥିରେ ସାଇନପଡl ଦଳ ୧-୦ଗୋଲ ରେ ବିଜୟୀ ହୋଇଥିଲା। ଏହି ପ୍ରତିଯୋଗିତା ରେ ବାଲିଗୁଡା ତଥା ଏହାର ଆଖପାଖ ଅଂଚଳ ର ୧୬ ଟି ଦଳ ଭାଗ ନେଉଥିବା ବେଳେ ପ୍ରତିଦିନ ଦୁଇଟି ଲେଖାଏଖେଳ ଅନୁଷ୍ଠିତ ହେଉଛି। ଏହି ଫୁଟବଲ ପ୍ରତିଯୋଗିତାର ଫାଇନାଲ ଖେଳ ଅଗଷ୍ଟ ୧୫ତାରିଖ ଦିନ ହେବ। ଏହି ଖେଳ କୁ ପ୍ରଶାନ୍ତ କୁମାର ସାହୁ, ରାମପତି ପାତ୍ର, ଟାର୍ଜନ ଦିଗାଲ, ରଞ୍ଜନ କୁମାର ନାୟକ, ପରିଚାଳନା କରିଥିବା ବେଳେ, ତୀର୍ଥବାସି ଘଡେଇ, ସୂର୍ଯ୍ୟ ନାରାୟଣ ସୁଆର, ବିରେନ ପ୍ରଧାନ, ଗଙ୍ଗାଧର ପଣ୍ଡା, ଏଲିଆସ ଦିଗାଲ, ଦେବବ୍ରତ ସିଂ ଦେଓ ପ୍ରମୁଖ ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.