Home କଳାହାଣ୍ଡି ସ୍ଥାନୀୟ ମିଲର୍ସ ପ୍ରେମରେ ଯୋଗାଣ ବିଭାଗ ,ମଣ୍ଡିରୁ ଉଠୁନି ଧାନ,ଚାଷୀ ଙ୍କୁ ଜଗନ୍ନାଥ ହିଁ...

ସ୍ଥାନୀୟ ମିଲର୍ସ ପ୍ରେମରେ ଯୋଗାଣ ବିଭାଗ ,ମଣ୍ଡିରୁ ଉଠୁନି ଧାନ,ଚାଷୀ ଙ୍କୁ ଜଗନ୍ନାଥ ହିଁ ଭରଷା

324

କଳାହାଣ୍ଡି– ୦୪.୦୭.୨୦୧୯ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍ତରରେ ଧାନମଣ୍ଡି ବ୍ୟବସ୍ଥା ସମାପ୍ତ ହୋଇଯାଇଥିବା କୁହାଯାଉଥିବା ବେଳେ ଅଦ୍ୟାବଧି ୦୪.୦୭.୨୦୧୯ ମଙ୍ଗଳବାର ସୁଦ୍ଧା ଅନେକ ମଣ୍ଡିରେ ଧାନ ପଡିରହିଥିବା ଜଣାପଡିଛି । ଜୁନାଗଡ ବ୍ଲକ ଅନ୍ତର୍ଗତ ଗୌଡଛେଣ୍ଡିଆ ଗ୍ରାମପଂଚାୟତ ଅଧିନଓୀ ବେଳଗୁଡା ମଣ୍ଡିରେ ୭୫ଜଣ ଚାଷୀଙ୍କ ପ୍ରାୟ ୫ହଜାର କ୍ୱିଂଟାଲ ଧାନ ବେଳଗୁଡା ମଣ୍ଡିରେ ପଡିରହିଛି । କଭର ସେଡ ନଥିବା ଯୋଗୁଁ ଖୋଲାଆକାଶ ତଲେ ପଡିରହିଥିବା ଚାଷୀଙ୍କ କଷ୍ଟଉପାର୍ଝିତ ଧାନ ସବୁ ମୌସୁମୀ ବର୍ଷା ଯୋଗୁଁ ଭିଜିବାରେ ଲାଗିଛି । ଦାସିଗାଁ ପାକ୍ସ ଅଧିନରେ ଏହି ଅଂଚଳ ଆସୁଥିବା ବେଳେ ପାକ୍ସ କର୍ତୃପକ୍ଷ ମଧ୍ୟ ଚାଷିଙ୍କ ସମସ୍ୟା ବୁଝିବାକୁ ଆସୁନଥିବା ଚାଷି ମହଲରେ ଅଭିଯୋଗ ହେଉଛି । ନିକଟସ୍ଥ ହାବସପୁର ମଣ୍ଡିରେ ମଧ୍ୟ ଅନୁରୂପ ଭାବେ ହାବସପୁର ପାକ୍ସ ଅଧିନସ୍ଥ ଚାଷୀଙ୍କ ପ୍ରାୟ ଏଗାର ଶହ କ୍ୱିଂଟାଲ ଧାନ ଏବଂ ଚକୁଳି ପାକ୍ସ ଅଧିନସ୍ଥ ପ୍ରାୟ ହଜାରେ କ୍ୱିଂଟାଲ ଧାନ ପଡିରହିଥିବା ଜଣାପଡିଛି । ଏପଟେ ଚାଷିଙ୍କ ସମସ୍ତ ଧାନ ଉଠାଣ କରାଯାଇଥିବା ଏବଂ ମଣ୍ଡି ବନ୍ଦ କରାଯାଇଥିବା ସରକାର ଘୋଷଣା କରିଥିବା ହେତୁ ଧାନ ବିକିବା ନେଇ ଅନିଶ୍ଚିତତା ଦେଖାଯାଇଛି । ପରିବହନ ଖର୍ଚ୍ଚ କମାଇବା ବାହାନାରେ ଯୋଗାଣ ବିଭାଗ ସ୍ଥାନୀୟ ମିଲର୍ସକୁ ମଣ୍ଡିରେ ଟେଗିଂ କରି ଧାନ ଉଠାଣ କରିବା ବ୍ୟବସ୍ଥା କରୁଥିବା ବେଳେ ସ୍ଥାନୀୟ ମିଲର୍ସମାନେ ମଣ୍ଡିରେ ଧାନ ଥିଲେ ମଧ୍ୟ ଗୁରୁତ୍ୱ ଦେଉନାଥିବା ଅଭିଯୋଗ ହେଉଛି।

ସରକାର ଚାଷୀଙ୍କ ସବୁଯାକ ଧାନ କିଣାଯାଇଥିବା ଏବଂ ମଣ୍ଡି ବନ୍ଦ ହେବା ଘୋଷଣା କରିସାରିଥିବା ବେଳେ ଶହଶହ କ୍ୱିଂଟାଲ ଧାନ ମଣ୍ଡି ମାନଙ୍କରେ ପଡିରହିଥିବା ବିଷୟ ସରକାରଙ୍କ ତଥା ଯୋଗାଣ ବିଭାଗର ଚାଷୀମାରଣ ନୀତି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ସ୍ଥାନୀୟ ମିଲର୍ସମାନେ ନିଜ ମନମୁତାବକ ନିଜ ସଂପର୍କୀୟ ତଥା ଲଗାଣି କରିଥିବା ଧାନକୁ ଅଗ୍ରାଧିକାର ଦେଇ ଉଠାଣ କରୁଥିବା ବେଳେ ସାଧାରଣ ଚାଷୀଙ୍କ ଧାନକୁ ଛାଡିଦେଉଥିବା ହେତୁ ଏଭଲି ବାବେ ମଣ୍ଡି ମାନଙ୍କରେ କେବଳ ଚାଷୀଙ୍କ ଧାନ ହିଁ ପଡିରହୁଥିବା ଅଭିଯୋଗ ହେଉଛି । ସ୍ଥାନୀୟ ମିଲର୍ସ ମଣ୍ଡି ମାନଙ୍କରେ ଟେଗିଂ କରିବାକୁ ବିରୋଧ କରି ଚାଷୀ ମହଲରେ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ କର୍ତୃପକ୍ଷ କେବଳ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଆସୁଛି । ମଣ୍ଡିରୁ ଚାଷିଙ୍କ ଧାନ ଶୀଘ୍ର ଉଠାଣ କରିବାକୁ ରଥଯାତ୍ରା ଦିନ ବେଳଗୁଡା ମଣ୍ଡିର ଚାଷିମାନେ ଅଭିନବ ଉପାୟରେ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡଛି ।

ସମଗ୍ର ବିଶ୍ୱରେ ଜଗତରନାଥ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ବେଳଗୁଡା ଗ୍ରାମର ଚାଷିମାନେ ଶ୍ରୀଜଗନ୍ନାଥଙ୍କୁ ଏକ ଟ୍ରାକ୍ଟରରେ ପହଣ୍ଡି କରାଇ ଗ୍ରାମ ପରିକ୍ରମା କରି ବେଳଗୁଡା ମଣ୍ଡିକୁ ଆଣି ସେଠାରେ ପୂଜାର୍ଚ୍ଚନା କରିଥିବା ବିଷୟ ଅଂଚଲରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଳଟିଛି । ପ୍ରଭୂ ସରକାରଙ୍କୁ ତଥା ଯୋଗାଣ ବିଭାଗକୁ ଚାଷିଙ୍କ ଧାନ ଉଠାଣ କରିବାକୁି ସଦବୁଦ୍ଧି ଦିଅନ୍ତୁ ବୋଲି ଚାଷୀମାନେ ପ୍ରାର୍ଥନା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.