Home ଓଡ଼ିଶା ସ୍କୁଲ ଗେଟ ଭିତରେ ପ୍ରଥମ ଶ୍ରେଣୀ ଛାତ୍ରକୁ ତାଲା ପକାଇ ପିଅନ ଛୁ

ସ୍କୁଲ ଗେଟ ଭିତରେ ପ୍ରଥମ ଶ୍ରେଣୀ ଛାତ୍ରକୁ ତାଲା ପକାଇ ପିଅନ ଛୁ

952

ବାଲେଶ୍ଵର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ଵର ଜିଲ୍ଲା ମଠସାହି ମହାବୀର ନୋଡାଲ ସ୍କୁଲରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ଗେଟ ଭିତରେ ତାଲା ପକାଇ ସେମାନେ ଛୁ ମାରିଥିବା ସୂଚନା ମିଳିଛି । ଏହି ଘଟଣା ଉପରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅଜବ ଯୁକ୍ତି ଦର୍ଶାଇଛନ୍ତି । ସେ କହିଛନ୍ତି, ଆମେ ସବୁବେଳେ ଏମିତି କରୁ । ଅଭିଭାବକ ନ ଆସିଲେ ଆମେ ସେମାନଙ୍କୁ ଗେଟ ଭିତରେ ତାଲା ପକାଇ ଦେଉ ।

ତେବେ ସ୍କୁଲ ଛୁଟି ପୂର୍ବରୁ ପିଲାଟି ଟ ଏଲେଟ ଯାଇଥିଲା । ପରେ ସ୍କୁଲ ଛୁଟି ହୋଇଯାଇଥିଲା । ତେବେ କ୍ଲାସରୁମରେ ବ୍ୟାଗ ଥାଇ ଦେଖିବା ପରେ ପିଅନ ତାଲା ପକାଇ ପଳାଇଥିଲେ । ପରେ ପିଲା କାନ୍ଦ ଶୁଣି ଗାଁ ଲୋକ ପିଅନଙ୍କୁ ଡାକି ତାଲା ଖୋଲିଥିଲେ । ପ୍ରାୟ ୧ ଘଣ୍ଟା ପରେ ପିଲାଟି ମୁକୁଳିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.