Home ଓଡ଼ିଶା ସୁଧୁରୁଛି ମାଲକାନଗିରି ସ୍ଥିତି

ସୁଧୁରୁଛି ମାଲକାନଗିରି ସ୍ଥିତି

119

ମାଲକାନଗିରି, ୦୩/୦୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ମାଲକାନଗିରିରେ ଏବେ ଧୀରେ ଧୀରେ ସୁଧୁରୁବାରେ ଲାଗିଛି ବନ୍ୟା ପରିସ୍ଥିତି । ପୋଟେରୁ ଓ କାଙ୍ଗରୁକୋଣ୍ଡା ପୋଲ ତଳେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟତ ସ୍ୱାଭାବିକ ହୋଇଛି ।

ଏହାଛଡା ମାଲକାନଗିରି-ଜୟପୁର ମଧ୍ୟରେ ଯାତାୟତ ସ୍ୱାଭାବିକ ହୋଇଛି । ସେଠାରେ ଥିବା ଝାପରା ପୋଲ ଉପରେ ଏବେ ମଧ୍ୟ ୪ଫୁଟ ଉପରେ ପାଣି ରହିଛି । ମାଲକାନଗିରି-ଛତିଶଗଡ଼ ମଧ୍ୟରେ ଯୋଗଯୋଗ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସାବେରୀ ନଦୀ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ମୋଟୁ  ଅଞ୍ଚଳବାସୀ ଭୟବିତ ହୋଇ ଅଛନ୍ତି । ମାଲକାନଗିରି ଜିଲ୍ଳାରେ ଏବେ ମଧ୍ୟ ଜାରି ରହିଛି ବର୍ଷା । ୨୬ ଶହ ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ । ଆଜି ମଧ୍ୟ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ରହିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.