Home ଜିଲ୍ଲା ପରିକ୍ରମା ସି ଆଇ ଟି ୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ

ସି ଆଇ ଟି ୟୁର ନୟାଗଡ଼ ଜିଲ୍ଲା ସମ୍ମିଳନୀ

35

ନୟାଗଡ଼, ୨୦/୧୧ (ଓଡିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସି ଆଇ ଟି ୟୁ ପକ୍ଷରୁ ନୟାଗଡ଼ ଶିକ୍ଷକ ଭବନ ଠାରେ ଜିଲ୍ଲା ସମ୍ମିଳନୀ ସମାହିତ ହୋଇଯାଇଛି। ବରିଷ୍ଠ ଶ୍ରମିକ ନେତା ବିଶ୍ବନାଥ ମହାପାତ୍ର ଲାଲ ପତାକା ଉତ୍ତୋଳନ କରିବା ପରେ ଦିନସାରା ପ୍ରତିନିଧି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶ୍ବନାଥ ମହାପାତ୍ର, ଏସ ଏ କରିମ୍ ଓ ନନ୍ଦିନୀ ଦାଶଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ। ରାଜ୍ୟ କର୍ମକର୍ତ୍ତା ତଥା ବିଶିଷ୍ଟ ଶ୍ରମିକ କର୍ମଚାରୀ ନେତା ଦୁଷ୍ମନ୍ତ ଦାସ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। କେନ୍ଦ୍ର ସରକାର ଶ୍ରମିକ ଭାରତ ନୀତି, ଶ୍ରମିକ ଆଇନ ଉଚ୍ଛେଦ ଓ ଦରଦାମ ବୃଦ୍ଧି ନୀତିକୁ କଟୁ ସମାଲୋଚନା କରିଥିଲେ। ଏଥିସହିତ ସିଆଇଟିୟୁ ର ଶକ୍ତି ବୃଦ୍ଧି କରିବା ଓ ବୃହତ୍ତର ଆନ୍ଦୋଳନ ଗଢ଼ି ତୋଳିବା ସହ ନଭେମ୍ବର ୨୭ ରେ ଭୁବନେଶ୍ୱର ସମାବେଶ ଓ ଜାନୁଆରୀ ମାସରେ ହେବାକୁ ଥିବା ଦିଲ୍ଲୀ ସମାବେଶକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଶରତ ଚନ୍ଦ୍ର ବେହେରା, ବିରଞ୍ଚି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.