Home ଓଡ଼ିଶା ସାଲେପୁର ଓ ଟାଙ୍ଗୀ ବ୍ଲକରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା

ସାଲେପୁର ଓ ଟାଙ୍ଗୀ ବ୍ଲକରେ ଶିଳ୍ପାଞ୍ଚଳ ପ୍ରତିଷ୍ଠା

78

ଭୁବନେଶ୍ୱର, ୨୬-୭ (ଓଡ଼ିଆ ପୁଅ) : ଇଡ୍ କୋ ଦ୍ୱାରା ସାଲେପୁର ଟାଙ୍ଗୀ ବ୍ଲକରେ ଦୁଇଗୋଟି ଶିଳ୍ପାଞ୍ଚଳ ଯଥା- ଚୌଦ୍ୱାର ଶିଳ୍ପାଞ୍ଚଳରେ ୪୧୧.୯୯୦ ଏକର ଓ ଜଗତ୍ ପୁର ନିୟୁ ଶିଳ୍ପାଞ୍ଚଳରେ ୩୪୩.୧୯୦ ଏକର ଶିଳ୍ପାଞ୍ଚଳ ପ୍ରତିଷ୍ଠା କରାଯାଇଛି। ଚୌଦ୍ୱାର ଶିଳ୍ପାଞ୍ଚଳରେ ୧୧୨ଗୋଟି ଶିଳ୍ପ ସଂସ୍ଥାକୁ ୧୯୫.୭୩୭ ଏକର ଓ ଜଗତ୍ ପୁର ନିୟୁ ଶିଳ୍ପାଞ୍ଚଳରେ ୬୨୦ ଗୋଟି ଶିଳ୍ପସଂସ୍ଥାକୁ ୨୪୦.୦୩୪ ଏକର ଜମି ଶିଳ୍ପ ପ୍ରତିଷ୍ଠା ପାଇଁ ଯୋଗାଇ ଦିଆଯାଇଛି ବୋଲି ସାଲେପୁର ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କ ବିଧାନସଭାରେ ଆଗତ ଲିଖିତ ପ୍ରଶ୍ନ ସଂଖ୍ୟା ୨୨୨୨ ରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଉତ୍ତର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.