Home ଓଡ଼ିଶା ସରକାରୀ ରାସନ ଦୋକାନରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ସରକାରୀ ରାସନ ଦୋକାନରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

105

ପୁରୀ ୩୦-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ ) ପୁରୀ ସହରର ୩୨ ଟି ୱାର୍ଡରେ ସରକାରୀ ଖୁଚୁରା ଦୋକାନ ଗୁଡିକ ରହିଛି ଯେଉଁଥିରେ କି ଖାଉଟି ମାନେ ସେମାନଙ୍କର କଟ୍ରୋଂଲ ସାମଗ୍ରୀ ଚାଉଲ ଗହମ ଓ କିରୋସିନ୍ ଆଣିବା ପାଇଁ ଯାଇଥାନ୍ତି। କିନ୍ତୁ ସରକାରୀ କେତେକ ସରକାରୀ ଖୁଚୁରା ଦୋକାନ ସମ୍ମୁଖରେ ମହିଳାମାନେ କରାରେ ଲମ୍ବା ଧାଡିରେ ଠିଆ ହେବାକୁ ବାଧ୍ୟ ହୁଅନ୍ତି। ଯେଉଁମାନେ ଲମ୍ବା ଧାଡିରେ ଠିଆ ହୋଉଛନ୍ତି।ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିବା ଦେଖାଯାଉଛି। ଏପରିକି କେତେକ ମଧ୍ୟ ବିନା ମାସ୍କ ରେ ଧାଡି ରେ ଠିଆ ହୋଇରହୁଥିବା ଦେଖାଯାଏ। ସୂଚନା ଯୋଗ୍ୟ ଯେ କେତେକ ସରକାରୀ ଖୁଚୁରା ଦୋକାନ ଗୁଡିକରେ ୩ ରୁ ୪ ଟି ୱାର୍ଡ ଖାଉଟି ମାନଙ୍କୁ ସାମିଲ୍ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ସରଧାବାଲିରେ ଥିବା ଓ ମହୋଦଧି ମାର୍କେଟ ରେ ଥିବା ଖୁଚୁରା ଦୋକାନ ହଠାତ୍ ସେମାନଙ୍କର ସ୍ଥାନ ପରିବର୍ତ୍ତନ କରିଛନ୍ତି। ଏହି ସ୍ଥାନ ପରିବର୍ତ୍ତନ କରିଥିବା ଖୁଚୁରା ଦୋକାନ ଗୁଡିକ ସମ୍ମୁଖରେ ନାମଫଳକ ଓ ଜିନିଷ ର ଦର ଓ ପରିମାଣ ଲେଖାଥିବା ବୋର୍ଡ ମଧ୍ୟ ଲଗାଯାଇନାହିଁ ଶରଧାବାଲି ଖାଉଟି ମାନଙ୍କୁ ଅବକାଶ ଗଳିର ଏକ କଲ୍ୟାଣ ମଣ୍ଡପରେ ଦିଆଯାଉଥିବା ଯୋଗୁଁ ଖାଉଟି ମାନେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖରାରେ ସେମାନଙ୍କୁ ଦୀର୍ଘ ସମୟ ଧରି କଲ୍ୟାଣ ମଣ୍ଡପର ଗେଟ୍ ବାହାରେ ଠିଆ ହବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଜିଲ୍ଳା ଯୋଗାଣ ଅଧିକାରୀ ଏ ସମ୍ପର୍କରେ ଅନୁସନ୍ଧାନ କରି ଯେଉଁମାନେ ଖାଉଟିତ ମାନଙ୍କୁ ହଇରାଣ ହରକତ କରୁଛନ୍ତି ଓ ଦୋକାନ ସମ୍ମୁଖରେ ନାମଫଳକ ଲଗାଇନାହାନ୍ତି। ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା କୁ ବିଭିନ୍ନ ମହଲରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.