Home ଓଡ଼ିଶା ସମୁଦ୍ରରେ ଡଙ୍ଗା ବୁଡରେ ନିଖୋଜ ଥିବା ୧୧ ମତ୍ସଜୀବୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପ୍ରଶାସନ

ସମୁଦ୍ରରେ ଡଙ୍ଗା ବୁଡରେ ନିଖୋଜ ଥିବା ୧୧ ମତ୍ସଜୀବୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପ୍ରଶାସନ

563

ବାଲେଶ୍ୱର୯ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ପ୍ରଭାବରେ ଧାମରା ସମୁଦ୍ର ମଧ୍ୟରେ ଡଙ୍ଗା ବୁଡିରେ ୧୧ ଜଣ ମତ୍ସଜୀବୀ ବୁଡ଼଼ି ଯାଇଥିବା ଆଶଙ୍କାକୁ ନଜରରେ ରଖି ଉକ୍ତ ମତ୍ସ୍ୟଜୀବୀ ମାନଙ୍କୁ ଠାବ କରି ସୁରକ୍ଷିତ ସ୍ଥାନକୁ ଆଣିବାଲାଗି ପ୍ରତିରକ୍ଷା ବିଭାଗର ଟକ୍ ବୋଟ୍ ଏବଂ ମତ୍ସ୍ୟବିଭାଗର ଏକ ବୋଟ୍ ପ୍ରଚେଷ୍ଟା ଚଳାଇଥିବା ଜଣାଯାଇଛି। ସେମାନେ ରାତିରେ ପହଁରି ପହଁରି କାଳି ଭଂଜିଆ ଜଙ୍ଗଲରେ ପହଞ୍ଚିଥିବାର ସୂଚନା ମିଳିଥିଲା।କିନ୍ତୁ ଏବେ ସେଠାରେ ପାଣି ମାଡ଼ି ଯାଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବା ଜଣାଯାଇଛି।ଓଡ଼ିଶା ଉପକୂଳ ଦେଇ ଭୟଙ୍କର ବାତ୍ୟା ବୁଲବୁଲ ଗତି କରୁଥିବା ଯୋଗୁଁ ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି।ବିଶେଷ କରି ଭଦ୍ରକର ଧାମରାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି।ତା’ସାଙ୍ଗକୁ ଜିଲ୍ଲାରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ଯାଏଁ ପବନ ବହୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.