Home ଓଡ଼ିଶା ସଫେଇ କର୍ମୀଙ୍କୁ ଘୋଷାଡି ବିଦା କଲେ ଏହି ବ୍ୟକ୍ତି

ସଫେଇ କର୍ମୀଙ୍କୁ ଘୋଷାଡି ବିଦା କଲେ ଏହି ବ୍ୟକ୍ତି

619

ଛତିଶଗଡ,୧୯/୦୮,(ଓଡ଼ିଆ ପୁଅ/ପି ନାଏକ): ଛତିଶଗଡର କୋରିୟା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୋରିୟା ବଡବାହୀ କନ୍ୟା ଆଶ୍ରମର ଛାତ୍ରାବାସର ଅଟେ । ଏଠାରେ କାମ କରୁଥିବା ଏକ ମହିଳାଙ୍କୁ ଜଣେ ବ୍ୟକ୍ତି ଅତି କଦର୍ଯ୍ୟ ଭାବେ ଘୋଷାଡି ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ ଉକ୍ତ କନ୍ୟା ଆଶ୍ରମର ସୁପରିଟେଣ୍ଡଣ୍ଟ ସୁମିଲା ସିଂଙ୍କ ସ୍ବାମୀ ରଙ୍ଗଲାଲ ସିଂ ଜଣେ ମହିଳା ସଫେଇ କର୍ମୀଙ୍କୁ ର୍ଦୁବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଛି । କୋରିୟାର ବରୱାନୀ କନ୍ୟାଶ୍ରମର ଏହି ଘଟଣା । ଏଠାରେ କାମ କରୁଥିବା ଜଣେ ମହିଳା ସଫେଇ କର୍ମୀ ନିଜର ୩ମାସର ଛୁଆ ସହିତ କିଛି ଦିନ ହେବ ରହୁଥିଲେ । ତେବେ ସୁପରିଟେଣ୍ଡଣ୍ଟଙ୍କ ସ୍ବାମୀ ଉକ୍ତ ମହିଳାକୁ ଘରୁ ବାହାରିବା ପାଇଁ କହିଥିଲେ । ଯେତେବେଳେ ମହିଳା ଜଣଙ୍କ ରାଜି ହୋଇନଥିଲେ ସେତେବେଳେ ବ୍ୟକ୍ତି ଜଣଙ୍କ ତାଙ୍କୁ ଘୋଷାଡି ବାହାରକୁ ଫିଙ୍ଗିଦେଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ପରେ ସମ୍ରୁକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.