Home ଓଡ଼ିଶା ଷ୍ଟୋଭ ଫାଟି ୪ ଗୁରୁତର, ମେଡିକାଲରେ ଭର୍ତ୍ତି

ଷ୍ଟୋଭ ଫାଟି ୪ ଗୁରୁତର, ମେଡିକାଲରେ ଭର୍ତ୍ତି

369

ବଲାଙ୍ଗୀର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଷ୍ଟୋଭ ଫାଟି ୪ ଗୁରୁତର । ରୋଷେଇ କରୁଥିବାବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତ ସନ୍ଧ୍ୟାରେ ଘଟିଛି । ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)।

ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍‌ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ ତାଙ୍କ ଦୁଇ ଛୁଆ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ପଦ୍ମା ଓ ତାଙ୍କ ପୁଅ ଆୟୁସର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଷ୍ଟୋଭ୍‌ଟି କେମିତି ଫାଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.