Home ଓଡ଼ିଶା ଷ୍ଟେଟବ୍ୟାଙ୍କରୁ କୃଷି ଋଣ ଠକେଇକରି ଥିବା ଦୁଇଜଣ ଠକ ଗିରଫ

ଷ୍ଟେଟବ୍ୟାଙ୍କରୁ କୃଷି ଋଣ ଠକେଇକରି ଥିବା ଦୁଇଜଣ ଠକ ଗିରଫ

59

କଟକ, ୬/୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକଜିଲ୍ଲା ସାଲେପୁର ଷ୍ଟେଟବ୍ୟାଙ୍କ କୃଷି ଉନ୍ନୟନ ଶାଖାରୁ୧୩ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର କୃଷି ଋଣ ଠକେଇ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଦୁଇ ଠକକୁ ସାଲେପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇଜଣ ଠକ ହେଲେ ସାଲେପୁର ଥାନା ବାସୁଦେବପୁର ଗାଁର ପ୍ରକାଶ ତ୍ରିପାଠୀ ଏବଂ ସାରଡ଼ା ଗାଁର ସଞ୍ଜୟ ଜେନା। ୨୦୧୭ ମସିହାରେ ଏହି ଦୁଇ ଠକ ୩୭ ଜଣ ନକଲି ଲୋକ, ନକଲି ପରିଚୟ ପତ୍ର ଓ ନକଲି ଜମି ପଟା ପ୍ରସ୍ତୁତ କରି ବ୍ୟାଙ୍କର ତତ୍କାଳୀନ ଫିଲଡ଼ ଅଫିସରଙ୍କ ସହାୟତାରେ ମୋଟ ୧୩ ଲକ୍ଷ ୫୪ ହଜାର ୪୦୦ ଟଙ୍କା ଲୋନ ଆକାରରେ ଉଠାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ବ୍ୟାଙ୍କ ପକ୍ଷରୁ ଏହାର ଖୋଲତାଡ଼ ହେବାରୁ, ଏଥିରେ ଜାଲିଆତି ହୋଇଥିବା ଜଣା ପଡିଥିଲା. ଏଭଳି ୩୭ ଜଣ ବ୍ୟକ୍ତି କେହି ନଥିବାମଧ୍ୟ ଜଣାପଡିଥିଲା। ଏଥିରେ ନକଲି ଓ ଜାଲିଆତି କରାଯାଇ ବ୍ୟାଙ୍କକୁ ବୋକା ବନାଯାଇଥିବା ସ୍ପଷ୍ଟ ହୋଇଥିଲା। ଏନେଇ ବ୍ୟାଙ୍କ ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା। ସେହି ଅଭିଯୋଗ କୁ ଭିତ୍ତିକରି ପୋଲିସ ୩ ଜଣ ଙ୍କ ନାମରେ ସେତେବେଳେ କେଶ ରୁଜ କରିଥିଲା। ସେମାନେ ହେଲେ ବ୍ୟାଙ୍କ ର ଫିଲଡ଼ ଅଫିସର ସନ୍ଦିଫ ତ୍ରିପାଠୀ ଓ ଦୁଇ ଠକ ପ୍ରକାଶ ତ୍ରିପାଠୀ ଓ ସଞ୍ଜୟ ଜେନା। ତେବେ ସନ୍ଦୀପ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଯାଇଥିବା ବେଳେ ସଞ୍ଜୟ ଓ ପ୍ରକାଶ ଫେରାରଥିଲେ ତାଙ୍କୁ ଏବେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ସାଲେପୁର ଏସ ଡି ପି ଓ ପ୍ରଶାନ୍ତ କୁମାର ମାଝୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.