Home ଜିଲ୍ଲା ପରିକ୍ରମା ଷୋଳମପୁର ପଞ୍ଚାୟତରେ ପରୀରଥ ପଦଯାତ୍ରା

ଷୋଳମପୁର ପଞ୍ଚାୟତରେ ପରୀରଥ ପଦଯାତ୍ରା

77

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ପରୀରଥ‘ ପରିକ୍ରମା ରବିବାର ଅନୁଷ୍ଠିତ ହୋଇଯାଇଛି । ଦଳର ବଳଦେବଜୀଉ ମଣ୍ଡଳ ଆନୁକୂଲ୍ୟରେ ପରୀକୁ ନ୍ୟାୟ, ଏଥିରେ ବାଧା ସୃଷ୍ଟିକାରୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ନିଖୋଜ ଶିଶୁ ଓ ମହିଳାଙ୍କୁ ସୁରକ୍ଷା ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣିନାଥପୁର ଗ୍ରାମଦେବତୀ ପୀଠରୁ ପଦଯାତ୍ରା ଆରମ୍ଭ କରାଯାଇଥିଲା । ବିରୋଳି, ଦାଣ୍ଡକୂଳ, ମୁଢାପଦା, ମଣିନାଥପୁର ଓ ଷୋଳମପୁର ଗ୍ରାମ ପରିକ୍ରମା କରାଯାଇ ଜନସଚେତନତା ସୃଷ୍ଟି କରାଯାଇଥିଲା । ଖୋଳାମୂହଁ ଠାରେ ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରୀ ଧଳ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଅବିନାଶ ନାୟକ, ରବିନାରାୟଣ ସାହୁ, ଭୀମସେନ ନାୟକ, ଅମୂଲ୍ୟ ସେଠୀ, ଅଜୟ ରାଉତ, ଦେବାଶିଷ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଦଳର ସ୍ଥାନୀୟ ପଞ୍ଚାୟତ ସଭାପତି ଅବିନାଶ ନାୟକ, ଉପସଭାପତି ରାମଚନ୍ଦ୍ର ମହାଳିକ, ସମ୍ପାଦକ ଦୁର୍ଯ୍ୟୋଧନ ଦାସ, ରବିନ୍ଦ୍ର ସାହୁ, ନିରଞ୍ଜନ ପୁହାଣ, ସନ୍ତୋଷ ପୁହାଣ, ଜଳଧର ଜେନା, ବ୍ରଜକିଶୋର ନାୟକ, ଧିରେନ୍ଦ୍ର ନାୟକ, ସନ୍ତୋଷ ସେଠୀ, ସୁଶାନ୍ତ ଦାସ, ତପନ ପଣ୍ଡା, ଅକ୍ଷୟ ବେହେରା, ଗଦାଧର ଦାସ, କୈଳାସ ଚନ୍ଦ୍ର ସାମଲ, କାର୍ତ୍ତିକ ରାଉତ, ବିଶ୍ୱଜିତ ନାୟକ, ଅଶୋକ ଦଳାଇ, ମାଧବ ଜେନା, ଗୋପେନ୍ଦ୍ର ବରାଳ, ଅନ୍ନପୂର୍ଣ୍ଣା ମଲ୍ଲିକ, ମାମିଲତା ଜେନା, ରଶ୍ମିତା ଧଳ, ମାନସ ମଲ୍ଲିକ, ଗୌତମ ରାଉତ, ମୁନା ଜେନା, ଦେବେନ୍ଦ୍ର ପଲାଇ, ଚକ୍ରଧର ନାୟକ, ବଂଶୀଧର ରାଉତ, ବ୍ରହ୍ମାନନ୍ଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.