Home ଓଡ଼ିଶା ଶିଶୁକନ୍ୟା ଜନ୍ମ ଦେବାରୁ ମହିଳାଙ୍କୁ ତିନି ତଲାକ

ଶିଶୁକନ୍ୟା ଜନ୍ମ ଦେବାରୁ ମହିଳାଙ୍କୁ ତିନି ତଲାକ

586

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପି ନାଏକ): ସାମ୍ନାକୁ ଆସିଲା ତିନି ତଲାକ ମାମଲା । ଜଣେ ମହିଳା ଶିଶୁକନ୍ୟା ଜନ୍ମ କରିଥିବାରୁ ତାଙ୍କୁ ସ୍ୱାମୀ ତିନି ତଲାକ ଦେଇଛନ୍ତି ।  ଦେଶରେ ତିନି ତଲାକ ବିଲ ଗୃହୀତ ହୋଇଛି । ରାଷ୍ଟ୍ରପତି ଏହି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ କରିଛନ୍ତି କିନ୍ତୁ ଦେଶର କିଛି ଜନତା ଏହାକୁ ଏବେବି ଗ୍ରହଣ କରି ନାହାନ୍ତି । ଫଳରେ ସଂଖ୍ୟାଲଘୁ ମହିଳାମାନଙ୍କୁ ଆଜି ବି ମାନସିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଅଯୋଧ୍ୟାଠାରେ ।  ମହିଳାଙ୍କ ଅଭିଯୋଗ ଅନୁସାରେ , ବିବାହର ପ୍ରଥମ ମାସରୁ ସେ ନିର୍ଯାତନା ସହି ଆସୁଥିଲେ । ଏବେ ଝିଅ ଜନ୍ମକରିବାରୁ ତାଙ୍କୁ ଅଧିକ ନିର୍ଯ୍ୟାତନା ସହିବାକୁ ପଡୁଛି । ମହିଳାଙ୍କ ଅଭିଯୋଗ ଅନୁସାରେ ବିବାହ ସମୟରେ ବାପ ଘରର ଆର୍ଥିକ ଅବସ୍ଥା ଦୃଷ୍ଟିରୁ ସେ ଯୌତୁକ ଆଣିଥିଲେ କିନ୍ତୁ ସ୍ୱାମୀ ଆହୁରି ଅଧିକ ଚାହୁଁଥିଲେ । ସେଥିପାଇଁ ସେ ନିର୍ଯ୍ୟାତନା କରୁଥିଲେ । ତାଙ୍କୁ ନ୍ୟାୟ ଦରକାର ବୋଲି ମହିଳା ଜଣକ କହଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.