Home ଓଡ଼ିଶା କମ ଦାମରେ ନିଅନ୍ତୁ ଏହି ଫୋନ

କମ ଦାମରେ ନିଅନ୍ତୁ ଏହି ଫୋନ

1761

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ ପି ନାୟକ): ସାମସଙ୍ଗ୍ ନିଜର ଦୁଇଟି ଲୋକପ୍ରିୟ ସ୍ମାର୍ଟଫୋନ Galaxy M20 ଏବଂ ଗାଲାକ୍ସୀ M30 ଦାମରେ ରିହାତି ଦେଉଛି। ଏହି ଦୁଇଟି ସ୍ମାର୍ଟଫୋନକୁ ସାମସଙ୍ଗ ଅନଲାଇନ ଷ୍ଟୋର ଏବଂ ଆମାଜନରେ ମିଳିପାରିବ। ତେବେ ଆସନ୍ତୁ ଜାଣିବା କେତେ ଶସ୍ତା ହୋଇଛି ଏହି ଦୁଇଟି ଲୋକପ୍ରିୟ ସ୍ମାର୍ଟଫୋନ।

Galaxy M30ର ୪ଜିବି + ୬୪ଜିବି ଭେରିୟଣ୍ଟକୁ ୧୩,୯୯୦ ଟଙ୍କାରେ ଆପଣ କିଣିପାରିବେ। ଏହାର ଅସଲି ଦାମ ହେଉଛି ୧୪,୯୯୦ ଟଙ୍କା। ସେହିଭଳି ଏହାର ୬ଜିବି + ୧୨୮ଜିବି ଭେରିୟଣ୍ଟ ୧୬,୯୯୦ ଟଙ୍କାରେ ଉପଲବ୍ଧ କରଯାଇଥିବାବେଳେ ଏହାର ଅସଲି ଦାମ ହେଉଛି ୧୭,୯୯୦ ଟଙ୍କା ।

Galaxy M20 ବିଷୟରେ କହିବାକୁ ଗଲେ ଏହାର ୩ଜିବି + ୩୨ଜିବି ଭେରିୟଣ୍ଟକୁ ୯,୯୯୦ ଟଙ୍କାରେ କିଣିପାରିବେ। ସେହିଭଳି ୪ଜିବି+୬୪ଜିବି ଭେରିୟଣ୍ଟକୁ ୧୧,୯୯୦ରେ କିଣିପାରିବେ। ଏହି ଭେରିୟଣ୍ଟର ଅସଲ ଦାମ ୧୨,୯୯୦ ଟଙ୍କା।

ଏହାଛଡା ଯଦି ଆମାଜନରେ କିଣୁଛନ୍ତି ତେବେ ଆସିଆସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ଦ୍ବାରା ଆପଣଙ୍କୁ ଇନଷ୍ଟାଣ୍ଟ କ୍ୟାସବ୍ୟାକର ଫାଇଦା ମିଳିବ। ଏହାସହିତ ସାମସଙ୍ଗ ଅନଲାଇନ ଷ୍ଟୋରରେ ଏହି ଦୁଇ ଡିଭାଇସର ଏକ୍ସଚେଞ୍ଜ ଅଫର ମଧ୍ୟ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.