Home ଜିଲ୍ଲା ପରିକ୍ରମା ଲୋକଶକ୍ତି ଅନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ, ପରିବାରର ମୁଖିଆ ଥିଲେ ରାଗିଣୀ ଦେବୀ – ପ୍ରଫୁଲ୍ଲ

ଲୋକଶକ୍ତି ଅନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ, ପରିବାରର ମୁଖିଆ ଥିଲେ ରାଗିଣୀ ଦେବୀ – ପ୍ରଫୁଲ୍ଲ

22

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲ୍ଲା ସେରଗଡ଼ ସ୍ଥିତ ଲୋକଶକ୍ତି ଅନୁଷ୍ଠାନ ସମୂହର ବାର୍ଷିକ ଉତ୍ସବ ଏବଂ ସମାଜ ସେବୀକା ରାଗିଣୀଦେବୀଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଶକ୍ତି, ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ୍ ସ୍କୁଲ, ଲୋକଶକ୍ତି ଆଇ.ଟି.ଆଇ ର ମିଳିତ ଆୟୋଜନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲୋକଶକ୍ତିର ପ୍ରତିଷ୍ଠାତ୍ରୀ ବିଶିଷ୍ଟ ସମାଜ ସେବୀକା ସ୍ୱର୍ଗିୟା ରାଗିଣୀଦେବୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଅତିଥି । ପରେ ଆୟୋଜିତ ସଭାକୁ ରାଗିଣୀଦେବୀ ସ୍ମୃତି କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଲବ ମହାନ୍ତି ସଭାପତିତ୍ତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗଦେଇ କହିଲେ, ପରିବାରର ମୁଖିଆ ଥିଲେ ରାଗିଣୀଦେବୀ, ତାଙ୍କ ଆବର୍ତ୍ତମାନରେ ଲୋକଶକ୍ତି ଓ ରାଗିଣୀଦେବୀଙ୍କ ଆଦର୍ଶରେ କାମ କରି ସମାଜର ଯୁଗାନ୍ତକାରି ପରିବର୍ତ୍ତନ ଆଣିପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତା ଭାବେ ସମାଜ ଉତ୍ତର ଓଡ଼ିଶା ସଂସ୍କରଣର ଫିଚର୍ ମୁଖ୍ୟ କୁଳମଣୀ ବାରିକ ରାଗିଣୀଦେବୀଙ୍କ ଉଦ୍ୟମ ଫଳରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ପରି ଜିଲ୍ଲାରେ ଲୋକ ମାନଙ୍କ ସାମାଜିକ ଓ ଆର୍ôଥକ ପରିବର୍ତ୍ତନର ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କର ଅବଦାନ ଅତୁଳନିୟ ବୋଲି ସେ କହିଥିଲେ ।

ସଭାରେ ବିଶିଷ୍ଟ ସଂଗୀତ ନିଦ୍ଦେର୍ଶକ ଅମିତାଂଶୁ ପଟ୍ଟନାୟକ, ସମାଜ ସେବୀ ଆଦିତ୍ୟ ପଟ୍ଟନାୟକ, ଯୁବ ସମାଜ ସେବୀ ସତ୍ୟ ସାଧନ ବେଜ ପ୍ରମୁଖ ଯୋଗଦେଇ ରାଗିଣୀଦେବୀଙ୍କ ବହୁମୂଖୀ ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । ଲୋକଶକ୍ତି ସମ୍ପାଦକ ଜୟନ୍ତ କୁମାର ବାଗ୍ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ରବିନ୍ଦ୍ର ରାୟ ବିବିଧ କାର୍ଯ୍ୟକ୍ରମ ଓ ରାଗିଣୀଦେବୀଙ୍କ ମହିଳା ସଶକ୍ତିକରଣ ଉପରେ ମତ ପୋଷଣ କରିଥିଲେ । ଶ୍ରୀକ୍ରିଷ୍ଣା ସ୍କୁଲର ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବାରିକ ଓ ଲୋକଶକ୍ତି ଆଇ.ଟି.ଆଇ ର ଅଧ୍ୟକ୍ଷ ଧର୍ମେନ୍ଦ୍ର ଦାସ ମହାପାତ୍ର ନିଜ ନିଜ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାରେ ବାଲେଶ୍ୱରର ବିଶିଷ୍ଟ ସମାଜ ସେବୀକା ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କୁ ରାଗିଣୀଦେବୀ ସ୍ମୃତି ସମ୍ମାନ, ଭଦ୍ରକ ଜିଲ୍ଲା କାଦବରାଙ୍ଗର ବାବା ଧବଳେଶ୍ୱର ମହିଳା ମହାସଂଘ, ଆଗରପଡ଼ାର ଉଦିୟମାନ ଯୁବକ ସତ୍ୟ ସାଧନ ବେଜଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପର୍ଶୁରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକୁ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.