Home ଓଡ଼ିଶା ରେଳ ବଜେଟ ପ୍ରସଙ୍ଗରେ: ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ : ବିଜେପି

ରେଳ ବଜେଟ ପ୍ରସଙ୍ଗରେ: ଓଡିଶାକୁ ଏଥର ମିଳିଛି ରେକର୍ଡ ପରିମାଣର ଅନୁଦାନ : ବିଜେପି

276

– ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ନୁଆ ରେଳ ଲାଇନ ପାଇଁ ୨୫୦ କୋଟି
– ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି
– ଖୋର୍ଧାରୋଡ ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ୩୫୦ କୋଟି
– ତାଳଚେର ବିମଳାଗଡ ରେଳଲାଇନ ପାଇଁ ୧୫୦କୋଟି
– ସମ୍ବଲପୁର –ତାଳଚେର ରେଳପଥ ଦୋହରିକରଣ ପାଇଁ ୨୪୯ କୋଟି
– ସମ୍ବଲପୁର –ଟିଟଲାଗଡ ରେଳପଥ ଦୋହରିକରଣ ପାଇଁ ୧୭୦ କୋଟି

ଭୁବନେଶ୍ୱର, ୧୨/୦୭ (ଓଡ଼ିଆ ପୁଅ) : କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ। କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି। ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା। ହେଲେ ମୋଦି ସରକାରଙ୍କ ଅମଳରେ ଏହା ୫୦୦୦ କୋଟି ପାରି ହୋଇ ୬୦୦୦କୋଟି ଛୁଇଁବାକୁ ଗଲାଣି। ଗତ ଆର୍ଥୀକ ବଜେଟରେ ଓଡିଶାକୁ ରେଳ ଅନୁଦାନ ୫୨୦୦ କୋଟି ମିଳିଥିବା ବେଳେ ଏଥର ତାଠାରୁ ଆହୁରି ଅଧିକ ୬୦୦ କୋଟି ମିଳିବାକୁ ଯାଉଛି ବୋଲି କହିଛନ୍ତି ବିଜେପିର ଉପସଭାପତି ସମିର ମହାନ୍ତି।

ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶା ବାସୀଙ୍କ ତରଫରୁ ଧନ୍ୟବାଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ନୁଆ ରେଳ ଲାଇନ ପାଇଁ ୨୫୦ କୋଟି ମିଳିବ ଯାହା ଗତ ବର୍ଷ ୨୦୦ କୋଟି ଥିଲା। ସେହିପରି ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି ମିଳିବ। ଗତବର୍ଷ ଏହା ୨୦୦ କୋଟି ଥିଲା। ଖୋର୍ଧାରୋଡ ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ୩୫୦ କୋଟି, ତାଳଚେର ବିମଳାଗଡ ରେଳଲାଇନ ପାଇଁ ୧୫୦କୋଟି ମିଳିବ। ଏହାଛଡା ରେଳ ଲାଇନ ଦୋହରିକରଣରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓଡିଶା ପାଇବ। ସମ୍ବଲପୁର –ତାଳଚେର ରେଳପଥ ଦୋହରିକରଣ ପାଇଁ ୨୪୯ କୋଟି, ସମ୍ବଲପୁର –ଟିଟଲାଗଡ ରେଳପଥ ଦୋହରିକରଣ ପାଇଁ ୧୭୦ କୋଟି ଅନୁଦାନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.