Home ଜିଲ୍ଲା ପରିକ୍ରମା ନୟାଗଡ଼ କଲେଜ ପ୍ରତିଷ୍ଠା ଦିବସରେ ଡ.ପ୍ରଦୀପ ଆଚାର୍ଯ୍ୟ ସମ୍ବର୍ଦ୍ଧିତ

ନୟାଗଡ଼ କଲେଜ ପ୍ରତିଷ୍ଠା ଦିବସରେ ଡ.ପ୍ରଦୀପ ଆଚାର୍ଯ୍ୟ ସମ୍ବର୍ଦ୍ଧିତ

126

ନୟାଗଡ଼, ୧୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ୫୯ ତମ ପ୍ରତିଷ୍ଠା ଦିବସରେ ସଦ୍ୟ ପିଏଚ୍ ଡି ଲାଭ କରିଥିବା ଅଧ୍ୟାପକ ଡ.ପ୍ରଦୀପ କୁମାର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡ.ଆଚାର୍ଯ୍ୟଙ୍କ ମିଷ୍ଟଭାଷୀ, ଶିକ୍ଷାନୁରାଗୀ, ଶିକ୍ଷାପ୍ରେମୀ, ବନ୍ଧୁ ବତ୍ସଳ ଓ କଲେଜ ହିତାଙ୍କାକ୍ଷୀ ଭାବରେ ବକ୍ତାମାନେ ମତବ୍ୟକ୍ତ କରି ତାଙ୍କର ଶିକ୍ଷା ଓ ଶୈକ୍ଷିକ କାର୍ଯ୍ୟ ଦକ୍ଷତାକୁ ନେଇ ଉଚ୍ଚ ପ୍ରଶଂସା କରିଥିଲେ। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷା ମେଜର ମଞ୍ଜୁଶ୍ରୀ ପତି ପୌରହିତ୍ୟ କରିଥିଲେ। ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଭ୍ରମର ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସଭାରେ ଅଧ୍ୟାପକ ଡ.ବାନାମ୍ବର ପୃଷ୍ଟି, ମହମ୍ବଦ ଓମାର ମଲ୍ଲିକ, ଡ.ଆଶୁତୋଷ ମିଶ୍ର, ଗଣେଶ୍ୱର ମିଶ୍ର, ଢ.ଦିଲ୍ଳିକକୁମାର ମିଶ୍ର, ପ୍ରସନ୍ନ କୁମାର ବସନ୍ତିଆ, ଶ୍ରୀମତୀ ଗୀତାଞଳି ତ୍ରିପାଠୀ, ସୁରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ମଂଚାସୀନ ହୋଇ ନୟାଗଡ଼ କଲେଜର ଗୌରବମୟ ଇଚ୍ଛିହାସ ଓ ବର୍ତ୍ତମାନର ଆହ୍ୱାନକୁ ନିଜ ନିଜ ବକ୍ତବ୍ୟରେ ଶାଣିତ କରିଥିଲେ। କଲେଜର ପ୍ରାକ୍ତନ ଛାତ୍ର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ତାଙ୍କର ଓଜସ୍ୱିନୀ ବକ୍ତବ୍ୟରେ କଲେଜର ଗାରିମା ତଥା ଗୌରବମୟ ଶୈକ୍ଷିକ ଓ ପାରିପାଶ୍ୱିକ ପରିବେଶ ଉପରେ ମତ ଓ ମନ୍ତବ୍ୟ ରଖିଥିଲେ। ମଂଚରେ କ୍ୟାଡେଟ୍ ତଲିନାଙ୍କ ଓଡ଼ିଶୀ ପରିବେଷଣ ବେଶ୍ ଉପଭୋଗ୍ୟ ହୋଇଥିଲା। ପ୍ରାଧ୍ୟପକ ଶିବପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲାବେଳେ କଲେଜର ବହୁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.