Home କେନ୍ଦୁଝର ରାସନ କାର୍ଡରୁ ନାଁ କଟିଥିବାରୁ ଚାଉଳ ପାଇଲେନି ବିଧବା

ରାସନ କାର୍ଡରୁ ନାଁ କଟିଥିବାରୁ ଚାଉଳ ପାଇଲେନି ବିଧବା

375

ହାଟଡ଼ିହି-୧୨/୪, ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ନୀଳାପୁର ଗ୍ରାମର ଜାତିରି ଜେନା ନାମକ ଜଣେ ବିଧବା ମହିଳା ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସେ ପୁର୍ବରୁ ନିୟମିତ ଭାବେ ତାଙ୍କ ରାସନକାର୍ଡନଂ ୧୮୦୭୨୨୧୨୦୦୪ ଚାଉଳ ଓ କିରୋସିନି ପାଉଥିବାବେଳେ ଚଳିତମାସ ରେସନ ସାମଗ୍ରୀ ଆଣିବାକୁ ଯିବା ବେଳକୁ ତାଙ୍କ ନାଁ କଟି ଯାଇଥିବାରୁ ପଞ୍ଚାୟତ କର୍ତ୍ତୁପକ୍ଷ ଚାଉଳ ଦେଇ ନଥିଲେ ବୋଲି ଜାତିରି ଅଭିଯୋଗ କରିଛନ୍ତି । ତାଙ୍କ ପରିବାରର ୬ଜଣ ସଦସ୍ୟ ଥିବାବେଳେ ଚାଉଳ ନଦେବାରୁ ସେ କିପରି ପରିବାର ଚଳେଇବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ଅଧାର ଲିଙ୍କ ନଥିବାରୁ ଉକ୍ତ କାର୍ଡର ୪ଜଣ ସଦସ୍ୟଙ୍କ ନାମ କଟିଯାଇଛି ବୋଲି କହିଛନ୍ତି । ଅନ୍ୟପକ୍ଷରେ ଜାତିରି କହିଛନ୍ତି ଯେ ସେ ବହୁ ପୁର୍ବରୁ ସରପଞ୍ଚଙ୍କ ମାଧ୍ୟମରେ ସମସ୍ତଙ୍କ ଆଧାରକାର୍ଡ ଦେଇଥିଲେ । ଯଦି ଆଧାର ସଂଯୋଗ ହୋଇ ନଥିଲା ତେବେ ପୁର୍ବରୁ କିପରି ଦେଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.