Home କେନ୍ଦ୍ରାପଡ଼ା ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ପ୍ରତିଭା ମନୋନିତ

ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଭା ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ପ୍ରତିଭା ମନୋନିତ

32

କେନ୍ଦ୍ରାପଡ଼ା, ୮ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ନିର୍ଦ୍ଦେଶାଳୟ ପକ୍ଷରୁ ଚଳିତ ଅଗଷ୍ଟ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଦୌଡକୁଦ, ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଫୁଟବଲ, ୧୬ ତାରିଖରେ ଖୋଖୋ ଏବଂ ୧୯ ଓ ୨୦ ତାରିଖରେ ଭଲିବଲ ପାଇଁ ରାଜ୍ୟସ୍ତରିୟ କ୍ରୀଡ଼ା ପ୍ରତିଭା ଶିବିର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଚୟନ ଶିବିର ପାଇଁ କେନ୍ଦ୍ରାପଡା ଜିଲ୍ଲାରୁ ୨୦ଜଣ ପ୍ରତିଯୋଗୀ ମନୋନିତ ହୋଇଛନ୍ତି। ମନୋନିତ ପ୍ରତିଯୋଗୀମାନେ ହେଉଛନ୍ତି ଦୌଡକୁଦ ପାଇଁ- ବିଶ୍ୱାସ ଶିବ ସୁନ୍ଦର, ଦେବୀପ୍ରସାଦ କାମିଲା, ଓମ୍ ପ୍ରକାଶ ଦାସ, ସାଇଅଚ୍ୟୁତ ନାୟକ, ସମ୍ଭବ ଓଝା, ସାର୍ଥକ କୁମାର ଦାସ, ଶୁଭମ କୁମାର ସ୍ୱାଇଁ, ସୁର୍ଯ୍ୟକାନ୍ତ ନାୟକ ଓ ଓମ୍ ପ୍ରକାଶ ନାୟକ। ଫୁଟବଲ ପାଇଁ- ଅଭିଶେକ ଖୁଣ୍ଟିଆ, ଆଦ୍ୟଜ୍ୟୋତି ସାମଲ, ବିଭୁଦତ୍ତ ନାୟକ, ଗିତେଶ କୁମାର ପାତ୍ର, ସୋମିଆ ସୋରେନ ଓ ସୁବାଶିସ ନାୟକ। ଖୋଖୋ ପାଇଁ- ଅବିନାଶ ସାମଲ, କୁଶାଗ୍ର ସିହ୍ନା ଓ ସୋୟା ଘଡେଇ। ଭଲିବଲ ପାଇଁ- ଜନଫ ବେଗମ ଓ ସିମନ ବେହେରା ମନୋନିତ ହୋଇଥିବାରୁ କେନ୍ଦ୍ରାପଡାର ଜିଲ୍ଲାପାଳ ଅମ୍ରିତ୍ ରିତୁରାଜ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.