Home Coronavirus Outbreak ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା

ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଂଶିକ ଭାବେ ୧୪ ଦିନ ପାଇଁ ଘୋଷଣା

123

ଭୁବନେଶ୍ୱର ୩୦-୬ (ଓଡ଼ିଆ ପୁଅ) ୧୬ ଜୁଲାଇ ସକାଳ ୬ ଯାଏଁ ରାଜ୍ୟରେ ଆଂଶିକ ଲକ୍‌ଡ଼ାଉନ ଘୋଷଣା କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରାଯାଇଛି। କାଟାଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି।
୫ ପ୍ରତିଶତରୁ ଅଧିକ ଥିବା ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି।

୫ ପ୍ରତିଶତରୁ ଅଧିକ ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି।

ତେବେ ରାଜ୍ୟରେ ଧିରେ ଧିରେ କରୋନା ପରିସ୍ଥିତି ଦେଖି ଅନ୍‌ଲକ୍‌ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ସଂକ୍ଷେପରେ ଜାଣନ୍ତୁ

ରାଜ୍ୟର ସମସ୍ତ ଜିଲ୍ଲାରେ ଲକଡାଉନ୍ ଆଶିକ ଭାବେ ୧୪ ଦିନ ପାଇଁ ଘୋଷଣା କରାଯାଇଛି। ୧ ଜୁଲାଇ ସକାଳ ୬ଟାରୁ ୧୬ ଜୁଲାଇ, ୨୦୨୧ ସକାଳ ୬ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ।
– ସପ୍ତାହନ୍ତ ସଡାଉନ୍ କେବଳ ୧୦ ଟି ( କ୍ୟାଟେଗୋରି “ବି”) ଜିଲ୍ଲାରେ ଜାରି ରହିବ।
– ସମଗ୍ର ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କାଳିନ କମ୍ପ୍ୟୁ ବଳବତ୍ତର ରହିବ।
– ବିବାହ, ବ୍ରତ, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ପୂର୍ବ ନିର୍ଦ୍ଦେଶାବଳୀ ବଳବତ୍ତର ରହିବ।
– ଛୋଟ ସେଲୁନ୍ ନିର୍ଦ୍ଧାରିତ ସମୟରେ ଖୋଲା ଯାଇପାରିବ। ତେବେ ସ୍ପା, ପାର୍ଲର ଆଦି ବନ୍ଦ ରହିବ।
– ଟୀକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ।
– ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୧୦ଟି ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ।
– ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ: କ୍ୟାଟେଗୋରି “ଏ” ଜିଲ୍ଲା -ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର
– ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ: କ୍ୟାଟେଗୋରି “ବି” ଜିଲ୍ଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.